ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ଆମେ ସବୁ କିଛି କରିପାରିବୁ

add-all

କର୍ଣ୍ଣାଟକ : କର୍ଣ୍ଣାଟକାରେ ଆଜି ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ନେତା ଯତୀନ୍ଦ୍ରନାଥ ସିଦ୍ଦରମୈୟା କହିଛନ୍ତି ତାଙ୍କ ଦଳ ନିଶ୍ଚିତ ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରିବ ଓ ସରକାର ଗଠନ କରିବ। କଂଗ୍ରେସ ଏକାକୀ ସରକାର ଗଠନ କରିବ ବୋଲି ସେ କହିଛନ୍ତି। ଏହା ସହିତ ତାଙ୍କ ବାପା ତଥା ଦଳର ବରିଷ୍ଠ ନେତା ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ସେ କହିଛନ୍ତି।

ଯତୀନ୍ଦ୍ରନାଥ ସିଦ୍ଦରମୈୟା ଆହୁରି କହିଛନ୍ତି, ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ଆମେ ସବୁ କିଛି କରିପାରିବୁ।

ଭୋଟ ଗଣତି ଆରମ୍ଭ ହେବାର ପ୍ରାୟ ଦେଢ଼ ଘଣ୍ଟା ବିତିଥିବା ବେଳେ ୨୨୪ଟି ଆସନରୁ କଂଗ୍ରେସ ୧୧୮ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୯ ଓ ଜେଡିଏସ୍ ୨୩ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗୁଆ ରହିଛନ୍ତି।

ad-week
Leave A Reply

Your email address will not be published.