‘ମୋତେ ବିନା କାରଣରେ ଫଶାଇ ଦିଆଯାଉଛି, ଦେଶଭକ୍ତ ହେବାର ଦଣ୍ଡ ମିଳୁଛି’: ସମୀର ୱାଙ୍ଖଡ଼େ

add-all

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍‌ୟନ ଖାନ୍‌ଙ୍କୁ ୨ ବର୍ଷ ତଳେ ଡ୍ରଗ୍ସ ମାମଲାରେ ଗିରଫ କରିଥିବା ପୂର୍ବତନ ଏନ୍‌ସିବି ଅଫିସର ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି।
କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ‌ ଦିଲ୍ଲୀ, ମୁମ୍ବାଇ, ରାଞ୍ଚି, ଲକ୍ଷ୍ନୌ, ଗୌହାଟୀ ଏବଂ ଚେନ୍ନାଇରେ ସମୀର ୱାଙ୍ଖଡ଼େଙ୍କ ୩୦ଟି ଠିକଣାରେ ଚଢ଼ଉ କରିଥିଲେ। ୱାଙ୍ଖଡ଼େ ଏବଂ ଅନ୍ୟମାନେ ଆରୟନ ଖାନ୍‌ ମାମଲାରେ ୨୫ କୋଟି ଟଙ୍କା ଲାଞ୍ଚ ଦାବି କରିଥିଲେ ବୋଲି ଅଭିଯୋଗ ହୋଇଛି।
ଏହି ଘଟଣାକୁ ଦୁଇଦିନ ବିତିଥିବା ବେଳେ ୱାଙ୍ଖଡେ ସର୍ବସାଧାରଣଙ୍କୁ କହିଛନ୍ତି, ‘ଆଜ୍ଞା ମୋତେ ବିନା କାରଣରେ ଫଶାଇ ଦିଆଯାଉଛି । ଏମିତି ମୋ ସହ କାହିଁକି କରାଯାଉଛି ମୁଁ ଜାଣିନାହିଁ। ମୋତେ ଲାଗୁଛି ଜଣେ ଦେଶଭକ୍ତ ହେବାର ଶାସ୍ତି ମିଳୁଛି। ଶୁକ୍ରବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ‌ମୋର ମୁମ୍ବାଇ ସ୍ଥିତ ପୈତୃକ ଘରେ ଯାଞ୍ଚ କରିବାକୁ ଯାଇ ୧୩ ଘଣ୍ଟା ଯାଏଁ ତଲାସି କରିଥିଲେ। ଏହି ତଲାସି ସମୟରେ ସେମାନଙ୍କୁ ୧୮୦୦୦ ଟଙ୍କା ଓ ଚାରିଟି ସମ୍ପତ୍ତିର ଦସ୍ତାବିଜ ମିଳିଥିଲା। ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବି କି ଏହି ସମ୍ପତ୍ତି ମୋର ଚାକିରି କରିବା ପୂର୍ବରୁ ରହିଛି।

କେବଳ ଏତିକି ନୁହେଁ ୬ଜଣ ସଦସ୍ୟ ଥିବା ଏକ ଟିମ ମୋର ବାପାଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲେ କିନ୍ତୁ ସେଠାରୁ ସେମାନଙ୍କୁ କିଛି ମିଳି ନଥିଲା। ଆପଣମାନେ ବି ପଚାରି ବୁଝି ପାରିବେ ଚଢ଼ାଉ ସମୟରେ ମୋ ଘରୁ ଅଧିକାରୀମାନଙ୍କୁ କ’ଣ କ’ଣ ମିଳିଛି? ଅଧିକାରୀମାନେ ମୋ ବୃଦ୍ଧ ଶାଶୁ ଓ ଶ୍ବଶୁରଙ୍କୁ ବି ଛାଡ଼ି ନଥିଲେ। ସେମାନଙ୍କ ଘର ଉପରେ ବି ଆକସ୍ମିକ ଚଢ଼ାଉ କରିଥିଲେ। ଏହି କାରଣରୁ ବୃଦ୍ଧ ଶାଶୁ ଓ ଶ୍ବଶୁରଙ୍କୁ ଅନେକ ଅସୁବିଧା ବି ହୋଇଥିଲା। ’

ad-week
Leave A Reply

Your email address will not be published.