ଓଡ଼ିଶାରେ ପାକିସ୍ତାନ ଲିଙ୍କ୍: ୩ ଓଡ଼ିଆ ଯୁବକ ଗିରଫ

add-all

ଭୁବନେଶ୍ବର: ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବନ୍ଧା ହେଲେ ୩ ଅଭିଯୁକ୍ତ। ଏମାନଙ୍କୁ ନୟାଗଡ଼ ଓ ଯାଜପୁରରୁ ଗିରଫ କରିଛି ଏସଟିଏଫ୍। ଅଭିଯୁକ୍ତମାନେ ହେଲେ ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି। ଏସଟିଏଫ୍ ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ଏଟିଏମ୍ କାର୍ଡ ଓ ୨୩ଟି ସିମ କଭର ଜବତ କରିଛି। ସେମାନେ ଓଟିପି ସେୟାରିଂ ସ୍କାମ କରି କିଛି ପାକିସ୍ଥାନୀ ଇଣ୍ଟେଲିଜେନ୍ସ ଅଧିକାରୀ ଓ ଆଇଏସଆଇ ଏଜେଣ୍ଟମାନଙ୍କୁ ଲିଙ୍କ ଜେନେରେଟ କରି ତଥ୍ୟ ଦେଉଥିଲେ। ଏଥିପାଇଁ ଭାରତ ରେ ଥିବା ପାକିସ୍ଥାନୀ ଏଜେଣ୍ଟ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଦେଉଥିଲେ।
ଗତ ବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଧରାଯାଇଥିବା ମହିଳା ପିଆଇଓ ଏଜେଣ୍ଟଙ୍କ ସହ ଯୋଗାଯୋଗ ରେ ଥିଲେ ଏହି ୩ ଅଭିଯୁକ୍ତ। ସୋସିଆଲ ମିଡ଼ିଆ ପ୍ଳାଟ ଫର୍ମ, ହ୍ୱାଟ୍ସପ, ଟେଲିଗ୍ରାମ, ଇନଷ୍ଟାଗ୍ରାମରେ ବିଭିନ୍ନ ଆକାଉଣ୍ଟ କରି ପାକିସ୍ଥାନୀ ଏଜେଣ୍ଟଙ୍କୁ ଲିଙ୍କ ସେୟାର କରିଥିଲେ। ଏହି ଲିଙ୍କ ମାଧ୍ୟମରେ ପାକିସ୍ଥାନୀ ଏଜେଣ୍ଟମାନେ ଆତଙ୍କବାଦୀମାନଙ୍କ ସହ ଯୋଗାଯୋଗ କରୁଥିଲେ।

ଏଥିସହ ମାନବ ଚାଲାଣ, ହନି ଟ୍ରାପିଙ୍ଗ ଓ ଦେଶ ବିରୋଧୀ ପ୍ରଚାର କରୁଥିଲେ ପାକିସ୍ତାନୀ ଏଜେଣ୍ଟ। ଭାରତୀୟ ମୋବାଇଲ ନମ୍ବର ସଂଯୋଗ ଓ ଭାରତୀୟ ଲୋକଙ୍କ ନାଁରେ ସୋସିଆଲ ମିଡ଼ିଆ ଆକାଉଣ୍ଟ ଥିବାରୁ ଲୋକେ ଏହାକୁ ବିଶ୍ୱାସଯୋଗ୍ୟ ବୋଲି ଭାବୁଥିଲେ। ଅନଲାଇନ ସପିଙ୍ଗ ପାଇଁ ଅନେକ ଆକାଉଣ୍ଟ ଖୋଲି ଆତଙ୍କବାଦୀମାନଙ୍କୁ ସାମଗ୍ରୀ ଯୋଗାଣ କରାଯାଉଥିଲା।
ଏସଟିଏଫ୍ ଅଭିଯୁକ୍ତଙ୍କୁ ଓଟିପି ସେୟାରିଙ୍ଗ ସ୍କାମ ନେଇ ଅନେକ ପ୍ରଶ୍ନ ପଚାରିଥିଲା, କିନ୍ତୁ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସେମାମାନଙ୍କୁ ଗିରଫ କରି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି।

ad-week
Leave A Reply

Your email address will not be published.