ଭୁବନେଶ୍ୱର ଆରଏମ୍‌ଆରସି ପରିସରରେ ଅଗ୍ନିକାଣ୍ଡ

add-all

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (RMRC) ପରିସରରେ ରବିବାର ଅଗ୍ନିକାଣ୍ଡ ଘଟିଛି। RMRC ପରିସରରେ ଥିବା ଏକ ଷ୍ଟୋର ରୁମ୍‌ରେ ନିଆଁ ଲାଗି ଯାଇଥିଲା। ଏଥିରେ ଅନେକ ବ୍ୟବହାର ହୋଇସାରିଥିବା ସାମଗ୍ରୀ ରହିଥିଲା।

ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କେହି ହତାହତ ହୋଇନାହାନ୍ତି।

RMRC ଜଣେ କର୍ମଚାରୀ କହିଛନ୍ତି, ନିଆଁ ଲାଗିବା ନେଇ ଆମେ ଅଗ୍ନିଶମବାହିନୀଙ୍କୁ ଜଣାଇବା ପରେ ସେମାନେ ପ୍ରାୟ ୧୦ ମିନିଟ ଭିତରେ ପହଞ୍ଚି ଯାଇଥିଲେ। ଏହି ଷ୍ଟୋର ରୁମ୍‌ରେ କେବଳ ବ୍ୟବହାର ହୋଇସାରିଥିବା ଜିନିଷ ରଖାଯାଇଥିଲା। ବହୁ ପରିମାଣରେ କାଗଜ ପେଟି, ନଷ୍ଟ ହୋଇସାରିଥିବା ପ୍ଲାଷ୍ଟିକ୍ ଜିନିଷ, ଅବ୍ୟବହୃତ ଟେବୁଲ ଓ ଚୌକି ଆଦି ଏଠାରେ ଥିଲା। ପ୍ଲାଷ୍ଟିକ ଜିନିଷ ଗୁଡ଼ିକ ଥିବାରୁ ନିଆଁ ଲିଭାଇବାକୁ ଟିକେ ଅଧିକ ସମୟ ଲାଗିଥିଲା।

ad-week
Leave A Reply

Your email address will not be published.