ଆସନ୍ତାକାଲି ୭ଟି ଜିଲ୍ଲାରେ ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

add-all

ଭୁବନେଶ୍ୱର : ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା। ବାର ଦଫା ଦାବିରେ ଆସନ୍ତାକାଲି ୭ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ। ଏନେଇ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡା ପିପିଲି ଗାଁ ନିକଟରେ ଲାଗିଛି ମାଓ ବ୍ୟାନର। ମାଓବାଦୀଙ୍କ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ବ୍ୟାନର ଲଗାଇ ବନ୍ଦ ଡାକରା ଦିଆଯାଇଛି।

ଆସନ୍ତାକାଲି କନ୍ଧମାଳ, ରାୟଗଡା, କଳାହାଣ୍ଡି, ଗଞ୍ଜାମ ସମେତ ୭ଜିଲ୍ଲାରେ ୨୪ଘଣ୍ଟିଆ ବନ୍ଦ ପାଳନକୁ ସଫଳ କରିବାକୁ ଆହ୍ଵାନ କରିଛି ଲାଲ ବାହିନୀ। ଗତ ୬ତାରିଖରେ ବେଲଘର ଥାନା ଗୁମ୍ମା ଛକରେ ଗଛ ପକାଇ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଥିଲା ବିଜିଏନ ଡିଭିଜନାଲ କମିଟି। ବନ୍ଦ ପାଳନ ଡାକରା ଦେଇ ନିଜ ସ୍ଥିତି ଜାହିର କରିବାକୁ ଆହ୍ଵାନ ଦେଇଛି ଲାଲ ବାହିନୀ। କୋଟଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାନରକୁ ଜବତ କରିଛି।

ad-week
Leave A Reply

Your email address will not be published.