ରାଜ୍ୟରେ ଆଗାମୀ ୨ଦିନ ଯାଏ ୩ରୁ ୫ଡିଗ୍ରୀ ବଢିବ ଦିନର ତାପମାତ୍ରା

add-all

ଭୁବନେଶ୍ୱର: ରାଜ୍ୟରେ ଖରାର ପ୍ରକୋପ ଜାରି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୯ଟା ପରଠାରୁ ବଢୁଛି ଖରାର ପ୍ରକୋପ। ଟାଣ ଖରା ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଦେଶର ଉତ୍ତର ପଶ୍ଚିମ ଭାଗରୁ ରାଜ୍ୟ ମଧ୍ୟକୁ ଶୁଖିଲା ଓ ଉତ୍ତପ୍ତ ବାୟୁ ପ୍ରବାହିତ ହେଉଛି। ଫଳରେ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଗାମୀ ୨ଦିନ ଯାଏ ରାଜ୍ୟରେ ବଢିବ ତାପମାତ୍ରା। ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ଆସନ୍ତାକାଲି ୪ଜିଲ୍ଲା ସୁନ୍ଦରଗଡ଼, ଝାରସୁଗଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲା ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ୧୬ତାରିଖରେ ୮ଟି ଜିଲ୍ଲାକୁ ଗ୍ରୀଷ୍ମଲହରୀ ଚେତାବନୀ ଜାରି ହୋଇଛି। ସେହିପରି ୧୭ ତାରିଖରେ ୫ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି ହୋଇଛି। ୧୮ତାରିଖ ପରେ ସାମାନ୍ୟ କମିବ ଦିନର ତାପମାତ୍ରା।

ad-week
Leave A Reply

Your email address will not be published.