ମଦ ନିଶାରେ ଚୁର୍‌ ଯୁବକ ଜାଳିଦେଲା ନିଜ ଘର…

add-all

କନ୍ଧମାଳ :   ମଦ ନିଶାରେ ଚୁର୍‌ ଯୁବକ ନିଜ ଘର ଜାଳିଦେଲା । ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି। ତେବେ ଏହି ଘଟଣା କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଘଟଣାଟି କନ୍ଧମାଳ ଜିଲ୍ଲା ସାହାଜଖାଲ ଗାଁର ହୋଇଥିବା ଚର୍ଚ୍ଚା ହେଉଛି। ଘର ଜାଳିବା ପରେ ମଦ୍ୟ ଯୁବକ ଜଣକ ଖୁସିରେ ନାଚିଥିବା ମଧ୍ୟ ଦେଖିବାକୁ ମିଳିଛି। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଥିଲେ।

ଜଣେ ମଦ୍ୟପ ବ୍ଯକ୍ତି ଘରେ ନିଆଁ ଲଗାଇ ନାଚୁଥିବା ର ଭିଡିଓ ଏବେ ଭାଇରାଲ୍‌ ହେଉଛି । ଏହା ଗଂଜାମ ଜିଲ୍ଲା କିମ୍ବା କନ୍ଧମାଳ ଜିଲ୍ଲାର ଘଟଣା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଘଟଣା କନ୍ଧମାଳ ଜିଲ୍ଲା ସାହଜଖାଲ ଗାଁ ର ବୋଲି ଚର୍ଚ୍ଚା ହେଉଛି ।
ଅନ୍ଯପକ୍ଷରେ ଶନିବାର ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ , ସାହଜଖାଲ ଗାଁ ରେ ଗୋଟିଏ ପରିବାରର ୩ ବଖରା ଘର ନିଆଁ ଲାଗି ପୋଡି ଯାଇଥିବା ବେଳେ , ଗଂଜାମ ଜିଲ୍ଲା ଭଂଜନଗର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ଏନେଇ ଭଂଜନଗର ଅଗ୍ନିଶମ ବିଭାଗ ଅଧିକାରୀ ସମୀର ବିଶ୍ଵାଳ ସୂଚନା ଦେଇଛନ୍ତି , ବିଦ୍ୟୁ ସଟ୍‌ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । କିନ୍ତୁ , ମଦ୍ୟପ ବ୍ଯକ୍ତି ଜଣକ ନିଆଁ ଲଗାଇଥିବା ଘଟଣା କୁ ଅସ୍ୱୀକାର କରିଛନ୍ତି , ଭଂଜନଗର ଅଗ୍ନିଶମ ଅଧିକାରୀ । ତେବେ ଏହି ଘଟଣା ଏବେ ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆ ରେ ଭାଇରାଲ୍‌ ହେଉଥିବା ବେଳେ , ଏହା ଗଂଜାମ କିମ୍ବା କନ୍ଧମାଳ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ ।

ad-week
Leave A Reply

Your email address will not be published.