୭୧ହଜାର ପ୍ରାର୍ଥୀଙ୍କୁ ମିଳିବ ସରକାରୀ ଚାକିରି; ମୋଦୀ ଦେବେ ନିଯୁକ୍ତି ପତ୍ର

add-all

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ମଇ ୧୬ ତାରିଖ ମଙ୍ଗଳବାର ଦିନ ବିଭିନ୍ନ ସରକାରୀ ବିଭାଗରେ ସାମିଲ ହେବାକୁ ଯାଉଥିବା ୭୧,୦୦୦ ଜଣ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସେମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବେ।

ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ‘ରୋଜଗାର ମେଳା’ ସମଗ୍ର ଦେଶରେ ୪୫ଟି ସ୍ଥାନରେ ଆୟୋଜନ କରାଯିବ। ଏଥିସହିତ ପ୍ରାର୍ଥୀଙ୍କୁ କେନ୍ଦ୍ରସରକାରର ବିଭିନ୍ନ ବିଭାଗ ସହିତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭର୍ତ୍ତି କରାଯିବ।
ଏହି ରୋଜଗାର ମେଳା ଦେଶର ବିକାଶ କ୍ଷେତ୍ରରେ ଏକ ଫଳପ୍ରଦ ପଦକ୍ଷେପ ବୋଲି ମୋଦୀ କହିଛନ୍ତି । ଏଥିସହିତ ୨୦୨୩ ଶେଷ ବେଳକୁ ୧୦ଲକ୍ଷ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ମୋଦୀ ସୂଚନା ଦେଇଛନ୍ତି।

ତେବେ ମଙ୍ଗଳବାର ଆୟୋଜନ ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ଦେଶର ବିଭିନ୍ନ ରାଜ୍ୟରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ପତ୍ର ମିଳିବାର ସୂଚନା ରହିଛି । ଏହି ନିଯୁକ୍ତି ପତ୍ର ଇଞ୍ଜିନିୟର, ଲୋକୋ ପାଇଲଟ୍, ଟେକ୍ସିସିଆନ୍,. ନରୀକ୍ଷକ, ଉପ ନୀରିକ୍ଷକ, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଗ୍ରାମୀଣ ଡାକ ସେବକ, ଆୟକର ନୀରିକ୍ଷକ, ଶିକ୍ଷକ, ନର୍ସ, ଡାକ୍ତର, ସାମାଜିକ ସୁରକ୍ଷା ଅଧିକାରୀ, ପିଏ, ଏମଟିଏ ପରି ପଦ ପାଇଁ ଦିଆଯିବ।

ad-week
Leave A Reply

Your email address will not be published.