ନାବାଳିକା ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ

add-all

ବାଲେଶ୍ଵର: ନାବାଳିକା ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ହୋଇଛି ୨୦ ବର୍ଷ ଜେଲ ଦଣ୍ଡାଦେଶ। ଏଥିସହ ୫ହଜାର ଟଙ୍କା ଜରିମାନା କରାଯାଇଛି। ଏହି ଶିକ୍ଷକ ଜଣକ ସ୍ଥାନୀୟ ରାମପୁରର ବସନ୍ତ ଦାସ( ୫୯)। ଆଜି ବାଲେଶ୍ଵର ଜିଲ୍ଲା ସ୍ଵତନ୍ତ୍ର ପକ୍ସୋ କୋର୍ଟ ଏହି ଦଣ୍ଡାଦେଶ କରିଛନ୍ତି। ଜରିମାନା ଅନାଦେୟ ହେଲେ ଦୋଷୀଙ୍କୁ ଅଧିକ ୨ ବର୍ଷ ଜେଲ୍ ଦଣ୍ଡ ମିଳିବ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଂଚଳରେ ୨୦୧୯ ମସିହାରେ ଏହି କଳଙ୍କିତ ଘଟଣା ଘଟିଥିଲା। ଶିକ୍ଷକ ଜଣକ ନିଜର ମାନବିକତା ଓ ବୁଦ୍ଧିଶୁଦ୍ଧି ହରାଇ ଲଜ୍ଜାଜନକ କାଣ୍ଡ କରି ବସିଥିଲେ। ସେ ପୀଡ଼ିତା ନାବାଳିକାଙ୍କୁ ଘରକୁ ଡ଼ାକି ଚକଲେଟ୍ ଦେବାର ପ୍ରଲୋଭନ ଦେଇ ଦୁଷ୍କର୍ମ କରିଥିଲେ।

ad-week
Leave A Reply

Your email address will not be published.