ସାମ୍ବାଦିକଙ୍କ ନାଁରେ ସିବିଆଇ ମାମଲା, ୧୨ ସ୍ଥାନରେ ରେଡ୍‌…

add-all

ନୂଆଦିଲ୍ଲୀ : ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ଏହାକୁ ବିଦେଶ ରାଷ୍ଟ୍ରକୁ ଦେବା ଅଭିଯୋଗରେ ଫସିଛନ୍ତି ଜଣେ ଫ୍ରିଲାନ୍ସ ସାମ୍ବାଦିକ। କେବଳ ଡିଆରଡିଓ ନୁହେଁ, ଦେଶର ସେନା ବାହିନୀ ସହ ଜଡ଼ିତ ତଥ୍ୟକୁ ସେ ସଂଗ୍ରହ କରି ବିଦେଶ ରାଷ୍ଟ୍ରର ଗୁଇନ୍ଦା ଏଜେନ୍ସିକୁ ଦେଉଥିଲେ। ଏପରି ଗୁଇନ୍ଦାଗିରି ପାଇଁ ସିବିଆଇ ତାଙ୍କ ନାଁରେ ମାମଲା ରୁଜୁ କରିଛି।
ସୂତ୍ର ଅନୁସାରେ, ସିବିଆଇ ସାମ୍ବାଦିକ ବିବେକ ରଘୁବଂଶୀଙ୍କ ନାଁରେ ମାମଲା କରିଛି। ଅଫିସିଆଲ ସିକ୍ରେଟ୍ସ ଆକ୍ଟ ସମେତ ବିଭିନ୍ନ ଦଫାରେ ମାମଲା କରାଯାଇଛି। ସିବିଆଇ କହିଛି ଯେ ରଘୁବଂଶୀ ଡିଆରଡିଓ ଏବଂ ଆର୍ମି ସହ ଜଡ଼ିତ ସମ୍ବେଦନଶୀଳ ପ୍ରୋଜେକ୍ଟ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିଲେ।
ଏହାପରେ ଏହି ତଥ୍ୟକୁ ସେ ବିଭିନ୍ନ ବିଦେଶ ରାଷ୍ଟ୍ରର ଗୁଇନ୍ଦା ଏଜେନ୍ସିକୁ ହସ୍ତାନ୍ତର କରୁଥିଲେ। ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ି ନଥିଲେ ମଧ୍ୟ ସେ ଆର୍ଥିକ ଫାଇଦା ପାଇଁ ଏପରି କରୁଥିବା ପ୍ରାଥମିକ ତଦନ୍ତରୁ ସିବିଆଇ ଜାଣିବାକୁ ପାଇଛି।
ସାମ୍ବାଦିକ ରଘୁବଂଶୀଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିବା ପରେ ଆଜି ଜୟପୁର ଓ ଏନସିଆର ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍‌ କରିଛି। ଏହି ସମୟରେ ରଘୁବଂଶୀଙ୍କ ଠିକଣାରୁ ଅନେକ ସମ୍ବେଦନଶୀଳ ଦସ୍ତାବିଜ ମିଳିଥିବା ଏହି ସୂତ୍ରରେ କୁହାଯାଇଛି।

ad-week
Leave A Reply

Your email address will not be published.