ଆମେରିକାରେ ବସି ମଧ୍ୟପ୍ରଦେଶରେ ଜୀବନ ହାରୁଥିବା ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଫେସବୁକ ଟିମ୍…

add-all

ସଙ୍ଗରୌଲୀ(ମଧ୍ୟପ୍ରଦେଶ): ଆମେରିକାରେ ବସି ମଧ୍ୟପ୍ରଦେଶରେ ଜୀବନ ହାରୁଥିବା ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଫେସବୁକ ଟିମ୍। ମଧ୍ୟପ୍ରଦେଶର ସଙ୍ଗରୌଲୀ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ବୈଷୟିକ ସୁବିଧା ହେତୁ ନାବାଳିକାଙ୍କ ଜୀବନ ବଞ୍ଚିଛି। ଯଦି ବୈଷୟିକ ସୁବିଧାକୁ ସଠିକ୍ ଭାବରେ ବ୍ୟବହାର ନକରାଯାଇଥାନ୍ତା, ତେବେ ନାବାଳିକାଙ୍କୁ ବଞ୍ଚାଯାଇ ପାରିନଥାନ୍ତା।
ମିଳିଥିବା ସୂଚନା ମୁତାବକ, ରବିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଏଥିରେ ଜଣେ ନାବାଳିକା ଆତ୍ମହତ୍ୟା ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା। ଆମେରିକାର ମେଟା ଫେସବୁକ୍ ଦଳ ଏହା ବିଷୟରେ ଜାଣିବା ମାତ୍ରେ ସେମାନେ ତୁରନ୍ତ ଭିଡିଓର ଠିକଣା ଜାଣିବାକୁ ଚେଷ୍ଟା କରିଥିଲେ। ଏହା ପରେ ନାବାଳିକା ମଧ୍ୟପ୍ରଦେଶର ସଙ୍ଗରୌଲୀ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଥିଲା। ମେଟା ଟିମ୍ ତୁରନ୍ତ ସାଇବର ପୁଲିସକୁ ଏନେଇ ସୂଚନା ଦେବା ପରେ ସଙ୍ଗେ ସଙ୍ଗେ ଏହି ସୂଚନା ସଙ୍ଗରୌଲୀ ଜିଲ୍ଲା ପୁଲିସକୁ ଦିଆଯାଇଥିଲା ଏବଂ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ବଞ୍ଚାଇଥିଲେ।
ତେବେ ନାବାଳିକାଙ୍କୁ ଆତ୍ମହତ୍ୟା ଉଦ୍ୟମ ପଛର କାରଣ ପଚରାଯିବା ପରେ ସେ କହିଛନ୍ତି ଯେ, ଘର ଲୋକଙ୍କୁ ଡରାଇବା ପାଇଁ ମୁଁ ଏଭଳି କରିଥିଲି। ତେବେ ପୁଲିସ ନାବାଳିକାର ଜୀବନ ବଞ୍ଚାଇବା ସହ ଇନଷ୍ଟାରୁ ‌ପୀଡ଼ିତା ସେୟାର କରିଥିବା ଭିଡିଓ ହଟାଇଛି। ଏହା ସହ ପୁଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ମହିଳା ପୁଲିସ ଷ୍ଟେସନର ସବ୍-ଇନ୍ସପେକ୍ଟର ରୁପା ଅଗ୍ନିହୋତ୍ରୀ ଏବଂ ଇନ୍-ଚାର୍ଜ କନଷ୍ଟେବଳ ଅଲ୍ପନା ଦ୍ୱିବେଦୀ ନାବାଳିକାଙ୍କ କାଉନସିଲିଂ କରିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.