ଜମି ରୁ ଅଜଣା ବ୍ୟକ୍ତିର ମୃତ ଦେହ ଠାବ, ହତ୍ୟା ନା ଆତ୍ମହତ୍ୟା…!

add-all


ଉମରକୋଟ (୧୬/୦୫/୨୦୨୩)ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ପାରୁଆ ପଞ୍ଚାୟତ ଅନ୍ତର୍ଗତ ମହୁଭାଟା ଗ୍ରାମର ପବିତ୍ର ଗଣ୍ଡଙ୍କୁ ଧାନ ବିଲ ଭିତରେ ଏକ ଅଜଣା ବ୍ୟାକ୍ତିର ଶବ ପଡ଼ିଥିବା ଛେଳି ଚରାଇ ଯାଉ ଥିବା ଛୋଟ ଛୋଟ ପିଲା ମାନେ ଦେଖି ଡରରେ ଦୌଡ଼ି ପଳାଇ ଗ୍ରାମରେ ଯାଇ ନିଜ ପରିବାର ଓ ଗ୍ରାମବାସୀଙ୍କ ଆଗରେ କହିଥିଲେ l ଏହି ଖବର ଦ୍ରୁତ ଗତିରେ ପ୍ରଚାର ହେବା ପରେ ଆଖ ପାଖ ଆଞ୍ଚଳର ଲୋକ ମାନେ ଓ ପଥଚାରି ମାନେ ଦେଖିବାକୁ ପାଇଲେ ଯେ ଅନୁମାନିକ ପ୍ରାୟ ୪୫ ବର୍ଷ ହେବ ଏକ ବ୍ୟକ୍ତି ର ଶବ ପଡିଛି,ମୁହଁର ଚେହେରା ସଡ଼ି ଯିବାରୁ ଚିନ୍ହିବା ଅତି କଷ୍ଟକର ହୋଇ ପଡିଛି l ଖବର ଜାଣି ରାଇଘର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟାବଛେଦ ପାଇଁ ପଠାଇ ଥିବା ଜଣା ପଡିଛି l ଅଜଣା ଲୋକଟିଏ କିଏ ଓ କେଉଁଠୁ ଆସିଲା ତାହାର କିଛି ତଥ୍ୟ ଜଣା ପଡ଼ି ନାହିଁ l ସୂଚନା ଥାଉକି ଶବ ପାଖରେ ପଡ଼ି ଥିବା ଗୋଟିଏ ଧୋତି ଓ ଲୁଙ୍ଗିରେ ରକ୍ତ ଲାଗି ଥିବା ଦେଖିବାକୁ ମିଳିଛି l ଶବ ବ୍ୟବଛେଦ ପରେ ପ୍ରକ୍ରୁତ ସତ୍ୟ ଉନ୍ମୋଚନ ହେବ ଏବଂ ଏହା ହତ୍ୟା ନା ଆତ୍ମହତ୍ୟା ପଦାକୁ ଆସିବ ? ପୋଲିସ ଘଟଣା ଟିକୁ ଗୁରୁତର ସହିତ ନେଇ ଛାନ ଭିନ କରୁଛି କାରଣ ରାଇଘର ଅଞ୍ଚଳ ଏକ ମାଓବାଦୀ ପ୍ରବଳ ଅଞ୍ଚଳ ତଳ ଦିନେ ମାଓବାଦୀ ମାନେ କିଛି ବ୍ୟକ୍ତି ଙ୍କୁ ପୋଲିସ ଗୋଇନ୍ଦା ଭାବି ହତ୍ୟା କରିଥିବା ନଜିର ରହିଛି, ପୁଣି ବର୍ତମାନ ମାଓବାଦୀ ମାନେ ସହୀଦ ସପ୍ତାହ ପାଳନ କରୁଛନ୍ତି ତେଣୁ ପୋଲିସ ପ୍ରତ୍ୟେକ ଦୃଷ୍ଟି କୁ ଆଖିରେ ରଖି ତଦନ୍ତ କରୁଥିବା ସୂଚନା ମିଳିଛି

ad-week
Leave A Reply

Your email address will not be published.