ସୁନା ସୋ’ରୁମରୁ ଚୋରି ଘଟଣା: ୩ ଡକାୟତଙ୍କ ଫଟୋ ଜାରି…

add-all

ଯାଜପୁର: ଯାଜପୁରରୋଡ ଥାନା ବ୍ୟାସନଗରରେ ସେନକୋ ଗହଣା ସୋ’ରୁମ୍‌ରୁ ଡକାୟତିମାନେ ଲୁଟ୍‌ କରିଥିବା ୧୫ କ‌ିଲୋ ସୁନା ଅଳଙ୍କାର ନେଇ ପୁଲିସ ଡକାୟତମାନଙ୍କର ଫଟୋ ଜାରି କରିଛି। ଘଟଣା ଦିନ ଲୁଟ୍‌ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି। ତଦନ୍ତ ବେଳେ ପୁଲିସ ଯେପରି କୌଣସି ତଥ୍ୟପ୍ରମାଣ ନ ପାଇବ ସେଥି ନିମନ୍ତେ ଗହଣା ସୋ’ରୁମ୍‌ରେ ଲାଗିଥିବା ସମସ୍ତ ସିସିଟିଭି ସମେତ ସିସିଟିଭି ଫୁଟେଜ୍‌ ରେକର୍ଡ କରି ରଖୁଥିବା କମ୍ପ୍ୟୁଟରମାନଙ୍କ ହାଡ୍‌ଡିସ୍କ ଖୋଲି ନେଇଥିଲେ ଡକାୟତମାନେ।

ତେବେ ଚୋର ଯେତେ ଚାଲାକ ହେଲେ ବି ପ୍ରମାଣ ଛାଡ଼ିଯିବା ଉକ୍ତି ଭଳି ଗୋଟିଏ କମ୍ପ୍ୟୁଟରର ହାଡ୍‌ଡିସ୍କ ଖୋଲି ନେବାକୁ ଭୁଲି ଯାଇଛନ୍ତି। ଯେଉଁ ହାଡ୍‌ଡିସ୍କରୁ ଡକାୟତମାନଙ୍କ ଗତବିଧିର ସୁରାକ ପାଇଛି ପୁଲିସ। ଏହି ହାଡ୍‌ ଡିସ୍କରୁ ଡକାୟତି ସମୟର ସିସିଟିଭି ଫୁଟେଜ ମିଳିଛି, ଯାହାକୁ ତନତନ କରି ପୁଲିସ ଯାଞ୍ଚ କରିଛି। ଡକାୟତିରେ ପ୍ରାୟ ୭ ଜଣ ବନ୍ଧୁକଧାରୀ ଡକାୟତଙ୍କ ସମ୍ପୃକ୍ତିଥିବା ଅଭିଯୋଗ ହେଉଥିବା ବେଳେ ୩ ଜଣଙ୍କ ଫଟୋକୁ ଟ୍ରାକ୍‌ କରିପାରିଛି ପୁଲିସ। ଏମାନଙ୍କ ଫଟୋକୁ ବିଜ୍ଞପ୍ତି ଜରିଆରେ ଜାରି କରିଛି ପୁଲିସ। ଏମାନଙ୍କୁ ଯେକେହି ପୁଲିସ ହାତରେ ଧରାଇ ଦେବ ପୁରସ୍କାର ଦିଆଯିବ ବୋଲି ଏଥିରେ ଉଲ୍ଲେଖ ରହିଛି।

ସେପଟେ ଡକାୟତମାନଙ୍କୁ ଧରିବା ପାଇଁ ଏସପିଙ୍କ ନେତୃତ୍ୱରେ ବିଭିନ୍ନ ଟିମ୍ ଗଠନ କରାଯାଇ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରହିଛି। ଏହି ଡକାୟତମାନେ ଡକାୟତି କରିବା ବେଳେ ହିନ୍ଦିରେ କଥାବାର୍ତ୍ତା କରୁଥିଲେ। ତେଣୁ ଏମାନେ ଆନ୍ତଃରାଜ୍ୟ ଡକାୟତ ବୋଲି ପୁଲିସ ସନ୍ଦେହ କରୁଛି। ଡକାୟତମାନେ ଡକାୟତି ପରେ ଯେଉଁ ଯେଉଁ ରାସ୍ତା ଦେଇ ଯାଇଥିଲେ ତାହାର ଅନୁସନ୍ଧାନ ଜାରି ରଖିଛି ପୁଲିସ୍।

ad-week
Leave A Reply

Your email address will not be published.