ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ

add-all

ଯାଜପୁର: ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ରାଧାଦେଇପୁରରେ ଅଘଟଣ। ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ସଲିଳ ସମାଧି। ନଦୀକୁ ଗାଧୋଇବାକୁ ତିନି ଜଣ ଯୁବକ ଯାଇଥିବା ବେଳେ ଦୁଇ ଜଣ ଯୁବକଙ୍କ ଗୋଡ଼ ଖସି ଯାଇ ନଦୀରେ ବୁଡି ଯାଇଥିଲେ।

ସ୍ଥାନୀୟ ବାସିନ୍ଦା ଦୀର୍ଘ ସମୟ ଧରି ନଦୀରେ ଖୋଜାଖୋଜି କରିଥିଲେ। ଦୁଇ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଚଣା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ବଡ଼ଚଣା ଶାସନ ପୁରୁଷୋତ୍ତମପୁର ଅଞ୍ଚଳର ଅମିତ ଖଣ୍ଡାଇ ଓ ମଳୟ ନାୟକ। ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.