ଆଜି ୪୪.୩ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ ସହର

add-all

ଭୁବନେଶ୍ବର: ପ୍ରବଳ ଖରା ଓ ଗୁଳୁଗୁଳିରେ ସାରା ଓଡ଼ିଶା ଛଟପଟ ହେଉଛି। ଗୁଳୁଗୁଳି ଅସହ୍ୟ ହୋଇଯାଉଛି। ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି। ୪୪ ଡିଗ୍ରି ଉପରେ ୪ଟି ସହର ଥିବା ବେଳେ ସମ୍ବଲପୁର ଶୀର୍ଷରେ ରହିଛି। ସମ୍ବଲପୁରରେ ୪୪.୩ ଡିଗ୍ରି ପାରା ଛୁଇଁଛି। ସେହିପରି ବୌଦ୍ଧରେ ୪୪.୨, ଉଭୟ ବଲାଙ୍ଗୀର ଓ  ନୂଆପଡ଼ାରେ ତାପାମାତ୍ରା ୪୪ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ାରେ ୪୩.୮, ମାଲକାନଗିରି ଏବଂ ଟିଟିଲାଗଡ଼ରେ ୪୩.୫, ରାଉରକେଲାରେ ୪୩.୪,ସୋନପୁରରେ ୪୩.୧, ସୁନ୍ଦରଗଡ଼ରେ ୪୨.୮, ଅନୁଗୁଳରେ ୪୨.୭, ହୀରାକୁଦ ଏବଂ ଭବାନୀପାଟଣାରେ ୪୨.୫, ତାଳଚେରରେ ୪୨, ଦେବଗଡ଼ରେ ୪୧, ବରଗଡ଼ରେ ୪୦.୮, ନବରଂଗପୁରରେ ୪୦.୨ ଓ ପାରଳାଖେମୁଣ୍ଡିରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୮.୬ ଓ ପୁରୀରେ ୩୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲେ ମଧ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିଛି।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସ୍ୱାଭାବିକ ପାଣିପାଗ ପରିସ୍ଥିତି ରହିଛି। ଉତ୍ତର ବିହାରରୁ ମଧ୍ୟ ଛତିଶଗଡ଼ ପ୍ରଯ୍ୟନ୍ତ ଗୋଟେ ଟ୍ରପ ଲାଇନ ରହିଛି। ତା ପ୍ରଭାବରେ ଉତ୍ତରଓଡ଼ିଶା ସମେତ ଦକ୍ଷିଣଓଡ଼ିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ହେବ। ବର୍ଷା ହେଲେ ଗୁଳୁଗୁଳିରୁ ନିସ୍ତାର ମିଳିବ। ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହିବା କାରଣରୁ ଦିନ ତମାମ ଅଧିକ ଗୁଳୁଗୁଳି ହେଉଛି କିଛି ଜିଲ୍ଲାରେ ଦିନ ତାପମାତ୍ରା ଅଧିକ ବୃଦ୍ଧି ନହେଲେ ବି ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ଲାଗୁଛି। ଆଜି ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡା, ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ ଡିଗ୍ରି ପର୍ଯ୍ୟନ୍ତ ଯାଇପାରେ।

ad-week
Leave A Reply

Your email address will not be published.