ଭାରତ ମହାସାଗରରେ ବୁଡ଼ିଗଲା ଚୀନ ଜାହାଜ, ଲୋକଙ୍କ ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ନୌସେନା

add-all

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଭଲ ସମ୍ପର୍କ ନଥିଲେ ବି ଚୀନ ନୌସେନାର ସହାୟତା ନିବେଦନକୁ ଗ୍ରହଣ କରି ନିଜର ବିଶାଳ ହୃଦୟ ଦେଖାଇଛି ଭାରତୀୟ ନୌସେନା । ଭାରତ ମହାସାଗରରେ ବୁଡ଼ିଯାଇଥିବା ଏକ ଚୀନ ଜାହାଜରୁ ୩୯ ଜଣଙ୍କୁ ଉଦ୍ଧାର କରି ଭାରତୀୟ ନୌସେନା ଶତ୍ରୁଠାରୁ ମଧ୍ୟ ପ୍ରସଂଶା ପାଇବାରେ ଲାଗିଛି ।

ଦୁଇ ଦିନ ତଳେ ଭାରତ ମହାସାଗରରେ ଚୀନର ଏକ ମାଛଧରା ଜାହାଜ ଲୁ ପେଙ୍ଗ ୟୁଆନ ୟୁ ବୁଡ଼ି ଯାଇଥିଲା। ଜାହାଜରେ ପ୍ରାୟ ୩୯ ଜଣ ଯାତ୍ରୀ ଥିଲେ। ମଧ୍ୟରୁ ୧୭ ଜଣ ଚୀନ୍, ୧୭ ଜଣ ଇଣ୍ଡୋନେସିଆ ଓ ୫ ଜଣ ଫିଲିପାଇନ୍ସ ନାଗରିକ ଥିଲେ । ଏହା ବୁଡ଼ିଯିବା ପରେ ଚୀନ୍ ନୌସେନା ଭାରତ ସମେତ ଅନ୍ୟାନ୍ୟ ଦେଶର ସହାୟତା ପାଇଁ ନିବେଦନ କରିଥିଲା। ଚୀନର ଅନୁରୋଧ କ୍ରମେ ଭାରତ ଜାହାଜ ଏବଂ ଏଥିରେ ଥିବା ୩୯ ଜଣଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଥିଲା। ଏହି ଅପରେସନ ପାଇଁ ଭାରତ ନିଜର ପି-୮ଆଇ ବିମାନ ପଠାଇଥିଲା ।
ଭାରତୀୟ ନୌସେନା କହିଛି ଯେ ଚୀନର ଅନୁରୋଧକ୍ରମେ ଭାରତ ମେ ୧୭ ତାରିଖରେ ଭାରତଠାରୁ ପ୍ରାୟ ୯୦୦ ନଟିକାଲ ମାଇଲ ଦୂର ଭାରତ ମହାସାଗରରେ ପି-୮ଆଇ ବିମାନ ମୁତୟନ କରିଥିଲା। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଜାହାଜ ସହ ଜଡ଼ିତ ଅନେକ ଉପକରଣ ଠାବ ହୋଇଥିଲା।

ଗୁରୁବାର ଦିନ ଚୀନ୍ ଜାହାଜରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ଚୀନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି।

ad-week
Leave A Reply

Your email address will not be published.