ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ ଗିରଫ

add-all

ଭୁବନେଶ୍ୱର / ଭଞ୍ଜନଗର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୧୩୯% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କର ଭୁବନେଶ୍ୱରରେ ୩ଟି ଘର ଅଛି। ସେଥିରେ ରହିଛି ୨ଟି 3BHK ଫ୍ଲାଟ। ସେହିପରି ଭୁବନେଶ୍ୱରରେ ତାଙ୍କର ୩ଟି ପ୍ଲଟ ଅଛି। ତାଙ୍କର ୨୧ ଲକ୍ଷ ୫୭ ହଜାର ଟଙ୍କାର ବ୍ୟାଙ୍କ, ପୋଷ୍ଟ ଅଫିସ ଓ ଜୀବନ ବୀମା ଜମା ରହିଛି। ତାଙ୍କ ପାଖରୁ ୨୦୦ ଗ୍ରାମର ସୁନାଗହଣା ସହିତ ଗୋଟିଏ ଚାରି ଚକିଆ ଗାଡ଼ି (ହୋଣ୍ଡା ସିଟି କାର- ୧୩.୧୯ ଲକ୍ଷ ଟଙ୍କା), ୨ଟି ଦୁଇ ଚକିଆ ଗାଡ଼ି ଓ ପ୍ରାୟ ୮ ଲକ୍ଷ ଟଙ୍କାର ଘରକରଣା ଜିନିଷ ଠାବ କରାଯାଇଛି।

ବୁଧବାର (ଗତକାଲି) ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କର ୭ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ଖୋର୍ଦ୍ଧା, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ହୋଇଥିଲା। ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲା।

ad-week
Leave A Reply

Your email address will not be published.