ଜଲ୍ଲିକଟୁକୁ ସବୁଜ ସଙ୍କେତ ଦେଲେ ଦେଶର ସର୍ବୋଚ୍ଚ ଅଦାଲତ

add-all

ନୂଆଦିଲ୍ଲୀ : ତାମିଲନାଡୁର ପାରମ୍ପରିକ କ୍ରୀଡ଼ା ଜଲ୍ଲିକଟୁକୁ ସବୁଜ ସଙ୍କେତ ଦେଲେ ଦେଶର ସର୍ବୋଚ୍ଚ ଅଦାଲତ । ଏହା ତାମିଲନାଡ଼ୁର ସାଂସ୍କୃତିକ ପରମ୍ପରାର ଅଂଶ ହୋଇଥିବାରୁ ଏହି ମାମଲାରେ ତାମିଲନାଡୁ ସରକାରଙ୍କ ଆଇନକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଜଲ୍ଲିକଟୁ କ୍ରୀଡ଼ା ସଂକ୍ରାନ୍ତ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ସବୁ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଜଲ୍ଲିକଟୁ କ୍ରୀଡ଼ାରେ ପଶୁମାନଙ୍କ ପ୍ରତି ନିଷ୍ଠୁର ଆଚରଣ କରାଯାଉଥିବା ଦର୍ଶାଇ ଏହାକୁ ବ୍ୟାନ୍ କରିବାକୁ ଦାବି ହୋଇଥିଲା । ମାତ୍ର ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମ କୋର୍ଟ ।
ଏହି ଆଇନକୁ ବଜାୟ ରଖିବା ପାଇଁ ରାୟ ପ୍ରକାଶ କଲାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜଲ୍ଲିକଟୁ ପରମ୍ପରା ଦୀର୍ଘ ବର୍ଷ ଧରି ତାମିଲନାଡ଼ୁର ଗାଁ ଗାଁରେ ପୋଙ୍ଗଲ ପର୍ବ ସମୟରେ ପାଳିତ ହୋଇ ଆସୁଛି। ଏନେଇ ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି । ତେଣୁ ଏବେ ଏଥିରେ ହସ୍ତକ୍ଷେପ କରିବା ଠିକ୍ ହେବନି। ତାମିଲନାଡୁ ସରକାରଙ୍କ ଆଇନରେ କୌଣସି ତ୍ରୁଟି ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ବୈଧ । ବିଚାରପତି ଅଜୟ ରସ୍ତୋଗୀ, ଅନିରୁଧ ବୋଷ, ହୃଷିକେଶ ରୟ, ସି.ଟି ରବି କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।
ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ଏହି ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି, ବର୍ଷର ଜାନୁୟାରୀରେ ପାଳିତ ହେଉଥିବା ପୋଙ୍ଗଲ ପର୍ବରେ ଜଲ୍ଲିକଟୁ ଆୟୋଜିତ ହୋଇଥାଏ। ସ୍ଥାନୀୟ ଲୋକେ ବର୍ଷ ସାରା ନିଜ ବଳଦଙ୍କୁ ଖାଇବାକୁ ଦେଇ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହି ଦିନ ସେମାନଙ୍କ ବଳଦ ପ୍ରତିଯୋଗିତାରେ ଭାଗ ନେଉଥିବା ବେଳେ ସେମାନେ ତାଙ୍କର ଖୁବ୍‌ ଯତ୍ନ ନେଇଥାନ୍ତି। ତେଣୁ ଏଥିରେ ନିଷ୍ଠୁର ଆଚରଣର ପ୍ରଶ୍ନ ଉଠୁନି । ବିଚାରପତି ଅଜୟ ରସ୍ତୋଗୀ, ଅନିରୁଧ ବୋଷ, ହୃଷିକେଶ ରୟ, ସି.ଟି ରବି କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.