୭.୭ ତୀବ୍ରତାର ଭୂକମ୍ପ ଝଟକା ପରେ ସୁନାମୀ ଆଲର୍ଟ

add-all

ନୂଆଦିଲ୍ଲୀ : ବଡ଼ଧରଣର ଭୂମ୍ପର୍କରେ ଥରିଛି ନ୍ୟୁ କାଲେଡୋନିଆର ଲୟାଲଟୀ ଦ୍ୱୀପପୁଞ୍ଜର ଦକ୍ଷିଣପୂର୍ବ ପ୍ରାନ୍ତ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂକମ୍ପ ଝଟକା ପରେ ପ୍ରଶାସନ ପକ୍ଷରୁ ସୁନାମୀ ଆଲର୍ଟ ଜାରି କରାଯାଇଛି।
ଆମେରିକା ଜେଓଲୋଜିକାଲ ସର୍ଭେ(ୟୁଏସ୍‌ଜିଏସ୍‌) କହିଛି ଯେ ଭୂକମ୍ପର ଗଭୀରତା ୧୦ କିମି ରହିଥିଲେ। ତେଣୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ରହିଛି। ଭୂକମ୍ପ ଝଟକା ପରେ ଦ୍ୱୀପପୁଞ୍ଜ ଓ ଏହାର ଆଖପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।
ଲୋକମାନେ ଭୟରେ ଖୋଲା ସ୍ଥାନରେ ଆଶ୍ରୟ ନେଇଛିନ୍ତି। ତୀବ୍ରତା ୭.୭ ଥିବାରୁ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ସୁନାମୀର ଆଲର୍ଟ ଜାରି କରାଯାଇଛି। ନ୍ୟୁ କାଲେଡୋନିଆ, ଫିଜି ଓ ଭାନୁଆତୁକୁ ସୁନାମୀ ସତର୍କ ସୂଚନା ଦିଆଯାଇଛି। ଏଠାରେ ସମୁଦ୍ର ଅଶାନ୍ତ ରହିଛି ଓ ବଡ଼ ବଡ଼ ଜୁଆର ମଧ୍ୟ ଦେଖିବାକୁ ମିଳିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି। ତେବେ ଭୂକମ୍ପର କ୍ଷୟକ୍ଷତି ସମ୍ପର୍କରେ ଏଯାଏ ବିସ୍ତୃତ ତଥ୍ୟ ମିଳିନି।

ad-week
Leave A Reply

Your email address will not be published.