ହ୍ବାଟ୍‌ସଆପ୍‌ ଡିିପି ଲାଗି ଧରାପଡ଼ିଲା ୫୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ୫ ଲକ୍ଷ ଟଙ୍କାର ଚୋରି

add-all

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି ଏକ ମଜାଦାର ଘଟଣା। ଚୋରି କରି ଖସି ଯିବାକୁ ବସିଥିବା ଜଣେ ଗୃହ ସହାୟିକାଙ୍କୁ ତାଙ୍କ ହ୍ବାଟ୍‌ସଆପ୍‌ ଡିପି ଧରା ପକାଇଦେଇଛି। କେବଳ ସେତିକି ନୁହେଁ, ଏହି ଗୋଟାଏ ଡିପି ପାଇଁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଓ ନଗଦ ୫ ଲକ୍ଷ ଟଙ୍କାର ଚୋରି ଧରାପଡ଼ିଛି। ପୁଲିସ୍‌ ଚୋରି ଅଭିଯୁକ୍ତ ମହିଳା ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ଜାଣିବାକୁ ମିଳିଛି ଯେ ଅଭିଯୁକ୍ତା ମହିଳା ମାତ୍ର ୮ ହଜାର ଟଙ୍କାରେ ଚାକିରି କରୁଥିବା ବେଳେ ତାଙ୍କ ଘରେ ଫ୍ରିଜ୍‌ରୁ ନେଇ ଏସି ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଆସବାପତ୍ର ରହିଛି। ତେବେ ଏତେ ସବୁ ଜିନିଷ ସେ କିପରି କଲେ ବୋଲି ଜାଣିବା ପାଇଁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଟିଟି ନଗର ଥାନାର ପ୍ରଭାରୀ ଚୈନ୍‌ ସିଂହ ରଘୁବଂଶୀ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି କି ଟିଟି ନଗର ଥାନା ଅଞ୍ଚଳର ନିଶାତ କଲୋନିରେ ରହୁଥିବା ଡାକ୍ତର ଭୁପେନ୍ଦ୍ର ଶ୍ରୀବାସ୍ତ ତାଙ୍କ ଘରୁ ଏକ ମହଙ୍ଗା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ଆଣିଥିଲେ। ସେ ତାଙ୍କ ଅଭିଯୋଗରେ କହିଥିଲେ କି ଗତ କିଛି ମାସ ମଧ୍ୟରେ ତାଙ୍କ ଘରୁ ଧୀରେ ଧୀରେ ମହଙ୍ଗା ଗହଣା ଓ ଟଙ୍କା ସବୁ ଚୋରି ହେବାରେ ଲାଗିଛି। ସେ ତାଙ୍କ ଘରେ କାମ କରୁଥିବା ଗୃହ ସହାୟିକାଙ୍କ ଉପରେ ସନ୍ଦେହ କରି ମାମଲା ରୁଜୁ କରିଥିଲେ।
ତେବେ ତାଙ୍କ କହିବା କଥା ହେଉଛି ତାଙ୍କ ପତ୍ନୀଙ୍କ ନିକଟରେ ଗୃହ ସହାୟିକାର ନମ୍ବର ଥିଲା। ଦିନେ ପତ୍ନୀ ଦେଖିବାକୁ ପାଇଲେ ଯେ ଗୃହ ସହାୟିକା ଜଣକ ଡିପିରେ ଯେଉଁ ଫଟୋ ଦେଇଛନ୍ତି ‌ସେଥିରେ ସେ ପିନ୍ଧିଥିବା କାନଫୁଲ ହେଉଛି ତାଙ୍କର। ତାପରେ ସେ ଏବିଷୟରେ ନିଜ ସ୍ବାମୀକୁ ଜଣାଇଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଗୃହ ସହାୟିକାଙ୍କଠାରୁ ଅନେକ ଚୋରି ସାମଗ୍ରୀ ଉଦ୍ଧାର କରିଛି।

ad-week
Leave A Reply

Your email address will not be published.