ଘରକୁ ଆସିଥିବା ପୁଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା

add-all

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସଜୁନା ଗଛରେ ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଛନ୍ତି।

ପ୍ରେମାନନ୍ଦ ପେୁଲିସ୍ କନେଷ୍ଟବଳ (ଏ.ଏସ୍.ଏ.ପି) ଭାବରେ କାର୍ଯ୍ୟରତ ଥିଲେ। ତାଙ୍କର ୫-୬ ବର୍ଷପୂର୍ବେ ବିବାହ ହୋଇଥିବା ବେଳେ ତାଙ୍କର ୫ ବର୍ଷର ପୁଅଟିଏ ଅଛି ଏବଂ ଏବଂ ଦୁଇ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି। ତେବେ ଦୀର୍ଘଦିନ ପରେ ଘରକୁ ଆସିଥିବା ପ୍ରେମାନନ୍ଦ ଗତକାଲି ରାତିରେ କାହିଁକି ଆତ୍ମହତ୍ୟା କଲେ, ତାହା ଅସ୍ପଷ୍ଟ ଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଚଲାଇଛି।

ad-week
Leave A Reply

Your email address will not be published.