ପୋଲିସ ଚା ପିଇବାବେଳେ ଅଭିଯୁକ୍ତ ଚମ୍ପଟ

add-all

ସମ୍ବଲପୁର: ଚା ପିଇବାବେଳେ ଅଭିଯୁକ୍ତ ଚମ୍ପଟ । ନାକଟିଦେଉଳ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗୋଧିଢିପ ଛକ ନିକଟରେ ପୋଲିସ୍‌ ଚା ପିଉଥିବା ବେଳେ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଛି । ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ନାକାବନ୍ଦୀ କରି ଅଭିଯୁକ୍ତକୁ ଖୋଜୁଛି ପୋଲିସ୍‌ ।

୧୦ ଦିନ ପୂର୍ବରୁ ନାକଟିଦେଉଳ ଥାନା ଅଞ୍ଚଳରେ ଚୋରି ହୋଇଥିଲା । ଏହି ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୁକ୍ତକୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଥିଲା। ଅଭିଯୁକ୍ତ ଜଣଙ୍କ ବୌଦ୍ଧ ଜିଲ୍ଲାରେ ଥିବା ପୋଲିସ ଜାଣିବାକୁ ପାଇଥିଲା। ଗତକାଲି ନାକଟିଦେଉଳ ଥାନାର କିଛି ପୋଲିସ କର୍ମଚାରୀ ବୌଦ୍ଧ ଯାଇ ଅଭିଯୁକ୍ତକୁ ଗିରଫ କରିଥିଲେ। ପରେ ପୋଲିସ କର୍ମଚାରୀମାନେ ଅଭିଯୁକ୍ତକୁ ଗାଡ଼ିରେ ବସାଇ ନାକଟିଦେଉଳ ଥାନାକୁ ଆଣିଥିଲେ।

ad-week
Leave A Reply

Your email address will not be published.