ଭୁବନେଶ୍ବରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

add-all

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ଆଗାମୀ ସାଧାରଣ ନିର୍ବାଚନ (୨୦୨୪)ରେ କିପରି ଭାବେ ପଡ଼ିଆକୁ ଓହ୍ଲାଇବ ସେନେଇ ରଣନୀତି ପ୍ରସ୍ତୁତ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଜେପି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ‘ରାଜ୍ୟ କାର୍ଯ୍ୟକାରିଣୀ ବୈଠକ’ରେ ଶନିବାର ଏନେଇ ସୂଚନା ଦେଇଛି। ରଣନୀତି ଅନୁସାରେ ରାଜ୍ୟର ୧କୋଟି ପରିବାର ପାଖରେ କେମିତି ପହଞ୍ଚିବ, ସେଥିପାଇଁ ରୂପରେଖ ପ୍ରସ୍ତୁତ କରୁଛି। ଆସନ୍ତା ଏକ ମାସ ଭିତରେ ଓଡ଼ିଶାରେ ଏହାର ମୂଳଦୁଆ ପକାଇବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ପ୍ରତି ବୁଥରେ ୨୦୦ରୁ ୨୫୦ ଲୋକଙ୍କ ପାଖକୁ ଯାଇ ମହାଜନସମ୍ପର୍କ ଅଭିଯାନ କରିବ।

ସେହିପରି ମଣ୍ଡଳସ୍ତରରେ ୪ଜଣିଆ ଟିମ୍ ରହିବେ। ପ୍ରଦେଶ କାର୍ଯ୍ୟକାରିଣୀ, ଜିଲ୍ଲା ଓ ମଣ୍ଡଳ ବୈଠକ କରାଯିବାର କାର୍ଯ୍ୟକ୍ରମ ରହିଛି । ମେ ୨୫ ପୂର୍ବରୁ ସବୁ ଜିଲ୍ଲା ଓ ମଣ୍ଡଳ କାର୍ଯ୍ୟ ଓ ସମିତି ବୈଠକ ଶେଷ ହେବ। ସବୁ କାର୍ଯ୍ୟ ସମିତି ବୈଠକରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଯୋଡ଼ାଯିବ । ମେ ୨୯ରେ ବର୍ଷ ପୂର୍ତିର ଲୋକଙ୍କୁ ବାର୍ତା ଦିଆଯିବ । ତୃଣମୂଳସ୍ତରରେ କାମ ଆରମ୍ଭ କରାଯିବା ନେଇ ରଣନୀତି ପ୍ରସ୍ତୁତ ହେଉଛି ।

ବିଜେପିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.