କେନ୍ଦ୍ର ସରକାରଙ୍କ ଯୋଜନା ଓଡ଼ିଶାରେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ: ବିଜେପି

add-all

ଭୁବନେଶ୍ବର:  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି, ପକ୍କା ଘର, ପିଇବା ପାଣି, ରୋଜଗାର ପାଇଁ କେନ୍ଦ୍ର ଯୋଜନା କରୁଛି, କିନ୍ତୁ ଓଡ଼ିଶାରେ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ତାହା, ନବ ଦାସ ହତ୍ୟା ଘଟଣାରୁ ସ୍ପଷ୍ଟ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବିଦ୍ୟୁତ୍ କାଟ, ୧୦ ମିନିଟ ଧରି ଲାଇନ୍ କାଟ ହୋଇଛି।

ସେ ଆହୁରି କହିଛନ୍ତି, ମହିଳା ନିର୍ଯାତନାରେ ଓଡ଼ିଶା ଏକ ନମ୍ବର।  ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଏବଂ ଶଶିଭୂଷଣ ବେହେରାଙ୍କ ଘରୋଇ କଳହ, ମହାନଦୀ ବିବାଦରେ ରାଜ୍ୟ ସରକାର ବ୍ୟାକଫୁଟରେ ରହିବା, ମହାପ୍ରଭୁଙ୍କ ନୀତି ବିଭ୍ରାଟ, ଶ୍ରୀ ମନ୍ଦିର ଫାଇଲ ଚୋରି, କୁପୋଷଣ ବଢୁଥିବା ଘଟଣା ଚିନ୍ତାର ବିଷୟ। ଏଣେ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଲାଗୁ ହୋଇପାରୁନାହିଁ । ୫ – ଟି ରୂପାନ୍ତରଣ ନାଆଁରେ ଦୁର୍ନୀତି, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଛି । ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା, ସୀମା ସୁରକ୍ଷାରେ ରାଜ୍ୟ ସରକାର ବିଫଳ, ଜାଗା ମିଶନ, ଚିଟଫଣ୍ଡ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ ରାଜ୍ୟ ସରକାରକୁ ଘେରିବ ବିଜେପି।

ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଆହୁରି ସୂଚନା ଦେଇଛନ୍ତି ଯେ ଓଡ଼ିଶାର ଘରେ ଘରେ, ଏକ କୋଟି ପରିବାର ପାଖରେ ବିଜେପି ପହଞ୍ଚିବ। କେନ୍ଦ୍ରର ସଫଳତା ଏବଂ ରାଜ୍ୟର ବିଫଳତା କଥା କହିବ। ବିଜେଡି ମୁକ୍ତ ଓଡ଼ିଶା ଗଠନ କରିବା ବିଜେପିର ଲକ୍ଷ୍ୟ।

ad-week
Leave A Reply

Your email address will not be published.