ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା, ମାଷ୍ଟରମାଇଣ୍ଡର ଦୁଇ ସହଯୋଗୀ ଅଟକ…

add-all

ଭୁବନେଶ୍ୱର :ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା, ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଅଟକ। ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଉଠାଇଲା STF। ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ଯିବ ଅଭିଯୁକ୍ତଙ୍କ ମୋବାଇଲ। NIA ଓ IB କୁ ସମସ୍ତ ତଥ୍ୟ ଦେଲା STF। IT ଏକ୍ସପର୍ଟ ଆବଶ୍ୟକସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ ।

ସୋମବାର ଠାରୁ ରିମାଣ୍ଡରେ ଆସିବ ପଠାଣି ସାମନ୍ତ । ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ STF। ଦିଲ୍ଲୀ, ରାଜସ୍ତାନ, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନି ISI ଏଜେଣ୍ଟଙ୍କ ସହ ଥିଲା ସମ୍ପର୍କ। ତଦନ୍ତ ବେଳେ ଏସଟିଏଫ କୁ ମିଳିଛି ସାଙ୍ଘାତିକ ତଥ୍ୟ। କେଉଁ କେଉଁ ଅଂଚଳରୁ ସିମକାର୍ଡ କିଣା ହୋଇଥିଲା ସେନେଇ ଚାଲିଛି ଖୋଳତାଡ଼। କେବେଠାରୁ ପାକିସ୍ତାନ ISI ଏଜେଣ୍ଟ ଲିଙ୍କରେ ଥିଲେ ଚାଲିଛି ତଦନ୍ତ। ପୂର୍ବରୁ ଅଫିସିଆଲ ଡାଟା ଲିକ ନେଇ ଜଲପାଇଗୁଡି ଥାନାରେ ରହିଛି ମାମଲା।  ସେପଟେ ଟେଲିକମ ପ୍ରଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି  STF। ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ଲେଖାଯାଇଛି ଚିଠି।

ad-week
Leave A Reply

Your email address will not be published.