୬ ଏମ୍‌ସରେ ନଗଦ ବିହୀନ ଚିକିତ୍ସା ସୁବିଧା

add-all

ଭୁବନେଶ୍ବର : ଏମ୍‌ସ ଭୁବନେଶ୍ବର ସମେତ ଏମ୍‌ସ ଭୋପାଳ, ପାଟଣା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ନଗଦ ବିହୀନ ଚିକିତ୍ସା ସୁବିଧା ମିଳିପାରିବ। ଏଥିପାଇଁ ୬ଟି ଏମ୍‌ସ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।

କେନ୍ଦ୍ର ସରକାର ସ୍ବାସ୍ଥ୍ୟ ଯୋଜନା ଅନ୍ତର୍ଗତରେ ଓପିଡି ଠାରୁ ଆରମ୍ଭ କରି ଇନ୍‌ଡୋର ଏବଂ ପରୀକ୍ଷଣ ବେଳେ ମଧ୍ୟ ରୋଗୀ ଏହାର ଲାଭ ନେଇ ପାରିବେ। ପେନ୍‌ସନଭୋଗୀ ଓ କେନ୍ଦ୍ରୀୟ ଯୋଜନା ହିତାଧିକାରୀଙ୍କୁ କ୍ରେଡିଟ୍ ବିଲ୍‌ ଦିଆଯିବ। ଯାହାକୁ ରୋଗୀ ୩୦ ଦିନ ମଧ୍ୟରେ ପୈଠ କରିପାରିବେ। ସେମାନେ ଉପଯୁକ୍ତ ପରିଚୟପତ୍ର ଦେଖାଇ ଭର୍ତ୍ତି ହୋଇ ପାରିବେ। ଏଥିପାଇଁ ଏମ୍‌ସରେ ସ୍ବତନ୍ତ୍ର ହେଲ୍ପ ଡେସ୍କ ଖୋଲାଯିବ।

ad-week
Leave A Reply

Your email address will not be published.