ରୋଗୀଣା ବାପାଙ୍କୁ ଦେଖିବାକୁ ଯାଇ ପୁଅ ନିଖୋଜ…

add-all

ରାୟଗଡା //କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା କଣ୍ଡାସାହିର ରୋଗୀଣା ବାପା କୋଡୁରୁ ଆପାରାଓଙ୍କୁ ଦେଖିବା ପାଇଁ ଯିବା ପୁଅ କୋଡୁରୁ ବିନୋଦ(୨୫) ନିଖୋଜ ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ରୋଗୀଣା ବାପା କୋଡୁରୁ ଆପାରାଓ ବହୁ ଦିନ ଧରି କର୍କଟ ରୋଗରେ ପୀଡିତ ହୋଇ ବିଶାଖାପାଟଣାର ଟାଟା ମେମୋରିଆଲ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଚଳିତ ମାସ ୭ତାରିଖ ଦିନ ତାଙ୍କ ପାଖକୁ ପୁଅ ବିନୋଦ ଆସିବା ପାଇଁ ରାତିରେ ରାୟଗଡା ରେଳ ଷ୍ଟେସନରୁ ବାହାରି କୌଣସି କାରଣରୁ ବିଜୟନଗର ଷ୍ଟେସନରେ ରାତି ୧୧ଟା ସମୟରେ ଓହ୍ଲାଇଥିଲେ ।

ସେହିଠାରୁ ବିନୋଦ ବାପାଙ୍କ ନିକଟରେ ପହଞ୍ଚି ନଥିବାରୁ କୋଡୁରୁ ଆପାରାଓ ନିଜ ପରିବାରକୁ ଜଣାଇଥିଲେ । ଏହି ଖବର ପରିବାରର ଲୋକମାନେ ଶୁଣି ବିଜୟନଗରର ବିଭିନ୍ନ ଅଞ୍ଚଳ ଖୋଜାଖୋଜି କରିଥିଲେ । ବିନୋଦଙ୍କର କୌଣସି ଖୋଜ ଖବର ପରିବାର ଲୋକେ ନପାଇ ଗତ ଗୁରୁବାର ୧୮ତାରିଖ ଦିନ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବିନୋଦ ମାନସିକ ବିକୃତ ରହିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ନେଇ ଥାନାଧିକାରୀ ସୁମନ୍ତି ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ମିସିଂ ରିପୋର୍ଟ ଆସିଛି ଓ ତା’ର ଅନୁସନ୍ଧାନ ଜାରି ରହିଛି।

ad-week
Leave A Reply

Your email address will not be published.