ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭ୍ରାଟ୍ ପ୍ରସଙ୍ଗ: ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

add-all

ମୟୂରଭଞ୍ଜ : ମହାମହିମ ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ହରତାଳ ଡାକରା ଦିଆ ଯାଇଥିଲା। ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ବାରିପଦରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।

ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡ଼ିଚଳାଚଳ ବନ୍ଦ କରିଥିଲେ। ସ୍ଥାନେ ସ୍ଥାନେ ଦଳୀୟ କର୍ମୀ ମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ପରିସର ସହ ବିଭିନ୍ନ କାର୍ଯ୍ୟାଳୟରେ ଦଳୀୟ କର୍ମୀ ମାନେ ରହି ହରତାଳରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.