ରାତିରେ ବୁଦ୍ଧ ପାର୍କ ନିକଟରେ ଜାଳିଦେଲେ ଦୁଇ ଦାମୀ କାର

add-all

ଭୁବନେଶ୍ୱର: ଦୁଇ ଦାମୀ କାରରେ ନିଆଁରେ ଲଗେଇଲେ ଦୁର୍ବୃତ୍ତ। ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧ ପାର୍କ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇଟି ଦାମୀ କାରକୁ ନିଆଁ ଲଗେଇ ଦେଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତ୍ରୀରେ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ୍ ଓ ଅଗ୍ନିଶମ ବାହିନୀ ।

ନିଆଁ ଲିଭାଇବା ପୂର୍ବରୁ ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହେଇଯାଇଛି ଏହି ଦୁଇଟି କାର। ଦୁର୍ବୃତ୍ତ ମାନେ କାହିଁକି ନିଆଁ ଲଗେଇଲେ ତାହାର କାରଣ ଏ ଯାଏଁ ପୋଲିସ୍ ସ୍ପଷ୍ଟ କରିନି । ଅନ୍ୟପଟେ କାର ମାଲିକ ମାନେ ମଧ୍ୟ କାର ନିଆଁ ଲଗେଇବାର କାରଣ କଣ ଜାଣି ନଥିବା କହିଛନ୍ତି।

ad-week
Leave A Reply

Your email address will not be published.