ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

add-all

ଆନନ୍ଦପୁର : ଆନନ୍ଦପୁର ସହରର କଚେରୀ ବସଷ୍ଟାଣ୍ଡ ନିକଟସ୍ଥ ଏକ ଗଛରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଟେଲିଫୋନ କେବୁଲରେ ଝୁଲୁଥିବା ବେଳେ ନିକଟରେ ତାଙ୍କ ଚପଲ ଦୁଇଟି ପଡ଼ିରହିଛି । ଯୁବକଙ୍କ ବୟସ ୨୫ ରୁ ୩୦ବର୍ଷ ମଧ୍ୟରେ ବୋଲି ଅନୁମାନ କରାଯାଉଛି।ଆନନ୍ଦପୁର ପୋଲିସ୍ ଘଟଣାସ୍ଥଳରେ ପହଂଚି ଯୁବକଙ୍କ ପରିଚୟ ଖୋଜିବା ସହିତ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ତଦନ୍ତ ଆରମ୍ଭ କରିଛି।

ସୂଚନା ଥାଉକି, ବୈତରଣୀ ନଦୀର ରିଙ୍ଗବନ୍ଧ ରାସ୍ତା ପାର୍ଶ୍ୱରେ ଜଣେ ଯୁବକଙ୍କ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।

ad-week
Leave A Reply

Your email address will not be published.