ବରଗଡ଼ ଝିକିଝିକି ଗାଁରେ ବନ୍ଦ ଘରୁ ୪ ମୃତ ଦେହ ଉଦ୍ଧାର

add-all

ବରଗଡ଼ : ଜମି ବିବାଦକୁ କେନ୍ଦ୍ରକରି ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବାପା ଗୁରୁଦେବ ବାଗ, ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ। ଗୁରୁଦେବଙ୍କ କାକା ଶିବ ବାଗ ଲୁହା ଶାବଳରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଜମିଜମାକୁ ନେଇ ଗୁରୁଦେବଙ୍କ ସହ ତାଙ୍କର କାକା ଶିବଙ୍କର ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଗତକାଲି ସନ୍ଧ୍ୟାରେ ଜମିଜମାକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ସମସ୍ତେ ଶୋଇଥିବାବେଳେ ରାତିରେ ଶିବ ଏକ ଲୁହା ଶାବଳରେ ସମସ୍ତଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଆଜି ସକାଳେ ୪ ଜଣଙ୍କ ରକ୍ତ ଜୁଡ଼ୁବୁଡୁ ମୃତଦେହ ଘରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହାସହ ଅଭିଯୁକ୍ତ କାକା ଶିବ ବାଗକୁ ଅଟକ ରଖି ପଚରାଉଚରା କରୁଛି। ଏହି ହତ୍ୟାକାଣ୍ଡରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାର ତଦନ୍ତ କରୁଛି ପୁଲିସ।

ad-week
Leave A Reply

Your email address will not be published.