ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭଙ୍ଗାହେଲା ବଡ଼ଆଖଡ଼ା ମଠ ଘର

add-all

ପୁରୀ: ବହୁଦିନର ନିରବତା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପାଇଁ ଆଜି ପୁଣି ଉଚ୍ଛେଦ ଆରମ୍ଭ ହୋଇଛି।
ଆଜି ବଡ଼ଦାଣ୍ଡକୁ ଲାଗି ଥିବା ବଡ଼ ଆଖଡ଼ା ମଠର ପୁରୁଣା ଘରକୁ ଉଚ୍ଛେଦ କରାଯାଇଛି। ଆଜି ଜେସିବି ଲଗାଇ ଉତ୍ତର-ପୂର୍ବ ଦ୍ବାର କୋଣରେ ଥିବା ଏହି ଦୁଇ ମହଲା ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ପୂର୍ବରୁ ବଡ଼ ଆଖଡ଼ା ମଠର ଅଧିକାଂଶ ଘର ଉଚ୍ଛେଦ ସରିଥିଲା। ବାକି ଘର ଆଜି ଉଚ୍ଛେଦ କରାଯାଇଛି।

ଏ ସମ୍ପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ପୂର୍ବରୁ ଏହି କୋଠା ଭାଙ୍ଗିବାର ଯୋଜନା ଥିଲା। କିନ୍ତୁ ବିଭିନ୍ନ କାରଣରୁ ଭଙ୍ଗା ଯାଇନଥିଲା। ଆଜି ଏହି ‌କୋଠାକୁ ଭଙ୍ଗାଯାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ମଠର ନୂଆ ଘର ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ବାହାରେ ଅର୍ଥାତ୍‌ ଶହେ ମିଟର ବାହାରେ ନିର୍ମାଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ad-week
Leave A Reply

Your email address will not be published.