ହୃଦଘାତ ନେଲା ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ଜୀବନ

add-all

ନୂଆଦିଲ୍ଲୀ: ହୃଦଘାତ ନେଲା ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ଜୀବନ। ଦେଶର ପ୍ରସିଦ୍ଧ ବଡିବିଲଡର ପ୍ରେମରାଜ ଆରୋରାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ବର୍ଷ ବୟସ ହୋଇଥିଲା। ପେଟରେ ଏସିଡିଟି ସମସ୍ୟା ହେବା ପରେ ପ୍ରେମରାଜ ଆରୋରାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ଯେତେବେଳେ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ, ସେତେବେଳେ ଜାଣିବାକୁ ମିଳିଥିଲା ଯେ ପ୍ରେମରାଜଙ୍କର ହୃଦଘାତ ହୋଇଛି। ଡାକ୍ତରଖାନା ଅଣାଯିବାର ୨୦ମିନିଟ୍ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର।
ପ୍ରେମରାଜ ଆରୋରା ବଡିବିଲଡିଂ କରିବା ସହ ଆରୋରା ସମାଜର ସଭାପତି ମଧ୍ୟ ଥିଲେ। ତାଙ୍କର କୋଟାରେ ତିନୋଟି ଜିମ୍ ରହିଥିବା ବେଳେ ସେ ଅନେକ ସମୟରେ ବଡିବିଲଡିଂ ପ୍ରତିଯୋଗିତା ଆୟୋଜନ କରୁଥିଲେ ବୋଲି ଜଣାଯାଇଛି। ତାଙ୍କ ଘର କୋଟାର କୈଥୁନିପୋଲ ଅଞ୍ଚଳରେ। ଅନେକ ପୁରସ୍କାର ଜିତିଥିବା ପ୍ରେମରାଜ ମିଷ୍ଟର ଇଣ୍ଡିଆ ମଧ୍ୟ ହୋଇଥିଲେ। ପ୍ରେମରାଜଙ୍କ ପରିବାରରେ ତାଙ୍କ ପିତାମାତା, ଭାଇଭଉଣୀ, ତାଙ୍କ ପତ୍ନୀ ଏବଂ ତିନି ପିଲା ଅଛନ୍ତି।
ପ୍ରେମରାଜଙ୍କ ଭାଇ ରାହୁଲ କହିଛନ୍ତି ଯେ, ଭାଇଙ୍କର କୌଣସି ବଡ଼ ରୋଗ ନଥିଲା। ହେଲେ ତାଙ୍କର ଏସିଡିଟି ରହିଥିଲା। ରବିବାର ସକାଳେ ଏସିଡିଟି ପାଇଁ ସେ ଔଷଧ ଖାଇଥିଲେ। ଏହା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆମେ ତାଙ୍କୁ ଡାକ୍ତରଖାନା ନେଇଥିଲୁ। କିନ୍ତୁ ସେତବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ad-week
Leave A Reply

Your email address will not be published.