ରାତିରେ ଆଇଏନଏସ ବିକ୍ରାନ୍ତରେ ମିଗ୍-୨୯କେ ବିମାନର ସଫଳ ଅବତରଣ

add-all

ନୂଆଦିଲ୍ଲୀ : ଭାରତୀୟ ନୌସେନାର ଶକ୍ତି ଓ ସାମର୍ଥ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନୌସେନା ଏଥର ଏମିତି ଏକ ନିଆରା ସଫଳତା କରିଛି, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ରାତିରେ ନୌସେନାର ଆଇଏନ୍ଏସ୍ ବିକ୍ରାନ୍ତରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି। ଏହି ସଫଳତା ସହିତ ଦେଶର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇଛି।
ଏଥିସହିତ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏହା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଏକ ଟୁଇଟ କରାଯିବା ସହ ଏକ ଭିଡିଓ ଅପଲୋଡ କରାଯାଇଛି । ଏହି ଭିଡିଓରେ ଆପଣ ଦେଖିପାରିବେ କିପରି ଏହି ବିମାନ ଆଇଏନଏସ ବିକ୍ରାନ୍ତରେ ସଫଳତାର ସହ ଅବତରଣ ଶେଷ କରିଥିଲା ।

ପୂର୍ବରୁ ଆଇଏନଏସ ବିକ୍ରାନ୍ତରେ ବିଭିନ୍ନ ପରୀକ୍ଷଣ କରାଯାଇ ଏହାକୁ ପ୍ରସ୍ତୁତ କରାଯାଉଛି । ପୂର୍ବରୁ ଦିନରେ ଲଢୁଆ ବିମାନର ଅବତରଣ କରଯାଇଥିଲା । ଏବେ ରାତିରେ ଏହି ପରୀକ୍ଷଣ କରାଯାଇଛି । ଆଗାମୀ ଦିନରେ ସୁଖୋଇ, ରାଫେଲ ଆଦି ଅତ୍ୟାଧୁନିକ ଲଢୁଆ ବିମାନର ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏସବୁ ପରୀକ୍ଷଣ ପରେ ଯୁଦ୍ଧ ବିମାନଗୁଡିକ ଏହି ବିମାନବାହୀ ଯୁଦ୍ଧପୋତରେ ମୁତୟନ କରାଯିବ ।

ad-week
Leave A Reply

Your email address will not be published.