ବାଣୀବିହାର କ୍ୟାମ୍ପସରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

add-all

ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସ ପରିସରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଜବତ କରାଯାଇଛି। ସହିଦନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ମୃତକଙ୍କ ମିଳିଛି ପରିଚୟ। ମୃତକଙ୍କ ନାମ ଉତ୍ତମ ନାୟକ। ବୟସ  ୨୧।  ଘର ଦାଣ୍ଡମକୁନ୍ଦପୁର ପିପିଲି ବୋଲି ଜଣା ପଡ଼ିଛି ।

ସେ ତାଙ୍କ ପରିବାର ସହ ବାଣୀବିହାର କ୍ୟାମ୍ପସ ଭିତରେ ରୁହନ୍ତି । ଦିନ ମଜୁରିଆ ଭାବରେ କାମ କରନ୍ତି । କାଲି ରାତିରେ ଘରେ ଥିଲେ କିନ୍ତୁ ସକାଳୁ କେମିତି  ଗଛରେ ଝୁଲି ପଡିଲେ  ବୋଲି ପ୍ରଶ୍ନ କରିଛନ୍ତି କାଳିଆଙ୍କ ବାପା । କେହି ଜଣେ  ମାରି ଟଙ୍ଗାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି  ତାଙ୍କ ବାପା।

ad-week
Leave A Reply

Your email address will not be published.