ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ଲୋକର ମୃତଦେହ ଉଦ୍ଧାର

add-all

ଚିତ୍ରକୋଣ୍ଡା: ପୁଣି ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା ଘଟିଥିବା ସୂଚନା ମିଳିଛି । ଗତକାଲି ନିଖୋଜ ହୋଇଥିବା ଲୋକର ମୃତଦେହ ଆଜି ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ଅକ୍ଳାନ୍ତ ପରିଶ୍ରମ କରି ଉକ୍ତ ଲୋକର ମୃତଦେହକୁ ଠାବ କରିଛନ୍ତି। ମୃତବ୍ୟକ୍ତିଜଣକ ହେଲେ କୃପା। ସେ  ନିଖୋଜ ଥିଲେ।  ଏ ସମ୍ପର୍କରେ ଆଜି ସକାଳୁ ପ୍ରଶାସନର ବିଡ଼ିଓ, ଦମକଳ ବାହିନୀ ଖବର ପାଇ ଉଦ୍ଧାର ଅପରେସନ ଆରମ୍ଭ କରିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ କୃପାକୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଳକର ନାକାମାମୁଡି ପଂଚାୟତ ଅନ୍ତର୍ଗତ ଡାଇକ-୩ ଗ୍ରାମର ତିନିଜଣ ବ୍ୟକ୍ତି ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ଯୋଗେ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ଭୀଷଣ ପବନ ଓ ବର୍ଷା ଯୋଗୁଁ ଦେଶୀ ଡଙ୍ଗାଟି ଓଲଟି ଯିବାରୁ ଡଙ୍ଗାରେ ଥିବା ହରି ସଗରିଆ, କୈଳାଶ ନାୟକ ଓ କୃପା ବେନିଆ ପାଣି ମଧ୍ୟକୁ ଖସି ପଡ଼ିଥିଲେ।ତେବେ ଏମାନଙ୍କ ମଧ୍ୟରୁ ହରି ଓ କୈଳାସ ଦୁଇଜଣ କୌଶଳ କ୍ରମେ ପହଁରି ପହଁରି କୂଳକୁ ପହଂଚିଥିବା ବେଳେ କୃପା ନିଖୋଜ ଥିବା ଜଣାପଡିଥିଲା।

ad-week
Leave A Reply

Your email address will not be published.