ମୁକ୍ତ ହେବେ ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ କାରାଦଣ୍ଡ କାଟୁଥିବା ୮ ଜଣ କଏଦୀ

add-all

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ କାରାଦଣ୍ଡ କାଟୁଥିବା ୮ ଜଣ କଏଦୀ ଜେଲ୍‌ରୁ ମୁକ୍ତ ହେବେ। ଓଡିଶା ଷ୍ଟେଟ ସେଂଟେନ୍ସ ରେଭିନ୍ୟୁ ବୋର୍ଡ ପକ୍ଷରୁ ସୁପାରିସ କରାଯିବା ପରେ ରାଜ୍ୟ ସରକାର ଏନେଇ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଯେଉଁ କଏଦୀମାନେ ୧୪ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସଜା କାଟି ସାରିଲେଣି, ତଥା ସଜା କାଟୁଥିବା ଏହି କଏଦୀମାନଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଓଡ଼ିଶା ଷ୍ଟେଟ ସେଂଟେନ୍ସ ରେଭିନ୍ୟୁ ବୋର୍ଡ ପକ୍ଷରୁ ସୁପାରିସ କରାଯାଇଥିଲା। ରାଜ୍ୟ ସରକାର ଏନେଇ ରିଭିଉ କରିବା ପରେ ଏହି କଏଦୀମାନଙ୍କୁ ମୁକ୍ତ କରିବା ପାଇଁ ଅନୁମତି ଦେଇଛନ୍ତି। ବଲାଙ୍ଗୀର ଜେଲରୁ ୩ଜଣ କଏଦୀ, ରାଉରକେଲା ସ୍ପେଶାଲ ଜେଲ୍‌ରୁ ଜଣେ, ଜାମୁଝରି ମୁକ୍ତାକାଶ ଜେଲରୁ ଦୁଇଜଣ ଓ କୋରାପୁଟ ସର୍କଲ ଜେଲରୁ ୨ ଜଣ କଏଦୀ ହେବେ।

ad-week
Leave A Reply

Your email address will not be published.