ଗରମ ଖିରି ହଣ୍ଡାରେ ପଡି ୪ ବର୍ଷର ଶିଶୁ ଗୁରୁତର

add-all

ନୂଆପଡା ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାନିମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା । ଭୋଜି ରନ୍ଧା ଚାଲିଥିବା ବେଳେ ଗରମ ଖିରି ହଣ୍ଡାରେ ପଡି ଶିଶୁ ଗୁରୁତର ।

ସୂଚନା ଅନୁଯାୟୀ ଗାଁର ହୁତେଶ କୁମାର ହେର୍ଣ୍ଣାଙ୍କ ଚାରି ବର୍ଷର ପୁଅ ବିକାଶ ହେର୍ଣ୍ଣା ରୋଷେଇ ଚାଲିଥିବା ବେଳେ ଶିଶୁଟି ଖେଳୁଥିବା ସମୟରେ ଗରମ ଖିରି ପାତ୍ରରେ ପଡିଯାଇଥିଲା।ପାଖରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ। ଶିଶୁଟିର ଅଧିକାଂଶ ଶରୀର ପୋଡି ଯାଇଥିବା ବେଳେ ଶିଶୁଟିକୁ ତୁରନ୍ତ ଉଦ୍ଧାର କରି ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଅଧିକ ଚିକିତ୍ସା ପାଇଁ ଶିଶୁଟିକୁ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.