ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଏହି ଫଟୋ; ସରିଲାଣି ୭୦ ପ୍ରତିଶତ କାମ

add-all

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣଧୀନ ଶ୍ରୀରାମଙ୍କ ମନ୍ଦିରର ଏକ ଫ‌ଟୋ ସାମ୍ନାକୁ ଆସିଛି। ଏହି ଫଟୋ ପ୍ରଥମଥର ପାଇଁ ଲୋକଙ୍କ ଦୃଷ୍ଟିକୁ ଆସିଛି, ଏହାକୁ ଶ୍ରୀରାମ ମନ୍ଦିର ଟ୍ରଷ୍ଟ ସେୟାର କରିଛନ୍ତି।
ଏହି ଫଟୋରେ ମନ୍ଦିରର ପ୍ରବେଶ ଦ୍ବାର, ଛାତ ଓ ନିମ୍ନ ଚଟାଣ ଆଦି ଦେଖିବାକୁ ମିଳୁଛି। ଶ୍ରୀରାମ ଜନ୍ମଭୂମି ମନ୍ଦିରର କାମ ୭୦ ପ୍ରତିଶତ ଶେଷ ହୋଇଯାଇଥିବା କୁହାଯାଉଛି।
ପ୍ରକାଶିତ ରିପୋର୍ଟ ମୁତାବକ, ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ମୂର୍ତ୍ତି ୨୦୨୪ ମସିହା ଜାନୁଆରି ମାସର ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ସ୍ଥାପନ କରାଯିବ।
ତେବେ ଏହି ଫଟୋ ପୂର୍ବରୁ ଶ୍ରୀରାମ ଜନ୍ମଭୂମି ତୀର୍ଥର ମହାସଚିବ ଚମ୍ପତ ରାଏ ଗର୍ଭଗୃହ କାନ୍ଥର ଫଟୋ ଟୁଇଟରରେ ସେୟାର କରିଥିଲେ। କୁହାଯାଉଛି ୨୦୨୩ ସେପ୍ଟେମ୍ବର ମାସରେ ମନ୍ଦିର ଗର୍ଭଗୃହ କାମ ସମ୍ପୂର୍ଣ୍ଣ ଭାବେ ‌‌ଶେଷ ହୋଇଯିବ। ଏଥିପାଇଁ ଜୋରସୋରରେ କାମ ବି ଚାଲିଛି। ୨୦୨୪ ଜାନୁଆରି ମାସରେ ଅର୍ଥାତ ମକର ସଂକ୍ରାନ୍ତ ପରେ ଦର୍ଶକଙ୍କ ପାଇଁ ମନ୍ଦିର ଗର୍ଭଗୃହକୁ ଖୋଲି ଦିଆଯିବ।

ad-week
Leave A Reply

Your email address will not be published.