ଘରେ ପଶିଗଲା ଟ୍ରାକ୍ଟର, ୪ ଆହତ

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗାଁରେ ଘଟିଛି ଅଭାବନୀୟ ଘଟଣା। ଚଳନ୍ତା ଟ୍ରାକ୍ଟର ଘର ଭିତରକୁ ପଶିଯିବା ଫଳରେ ଚାରିଜଣ ଆହତ ହୋଇଛନ୍ତି ।ଦୃତ ଗତିରେ ଆସୁଥିବା ଟ୍ରାକ୍ଟର ବାଙ୍କେଶ୍ୱରୀ ମନ୍ଦିର ଟର୍ଣ୍ଣିଙ୍ଗ କାଟୁଥିବା ବେଳେ ଭାରସାମ୍ୟ ହରାଇ ବାବୁଲା ସେଠିଙ୍କ ଘର ଭିତରକୁ ପଶିଯାଇଥିଲା।

ଏଥିରେ ପରିବାରର ଚାରି ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲକୁ ଅଣା ଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.