ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ମାତାଲ ବ୍ୟକ୍ତି

ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମାତାଲ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ। ଗଛରେ ଚଢ଼ି ଯିବା ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ। ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛନ୍ତି ଜଣାପଡିନି।

ତେବେ ଏକ ନିର୍ଦ୍ଦିଷ୍ଟ ଏକ ଚ୍ୟାନେଲ୍‌ର ନାଁ ନେବା ସହ ତାଙ୍କୁ ଏହି ଚ୍ୟାନେଲ ବରବାଦ୍ କରିଦେଇଥିବା ଓ ଗାଁରେ ମୁହଁ ଦେଖାଇବାର ସ୍ଥିତିରେ ଛାଡ଼ି ନ ଥିବା କହୁଛନ୍ତି। ମଦ ପିଇବା ପରେ ବ୍ୟକ୍ତି ଜଣକ ଏଭଳି କାଣ୍ଡ ଘଟାଇଛନ୍ତି।

ତାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀକୁ ପ୍ରାୟ ଘଣ୍ଟାଏ କସରତ କରିବାକୁ ପଡ଼ିଥିଲା। ଉଦ୍ଧାର ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। ତାଙ୍କ ମାନସୀକ ସ୍ଥିତ ଠିକ୍‌ ନ ଥିବା ବେଳେ ସ୍ଵାସ୍ଥ୍ୟ ଅବସ୍ଥା ସ୍ୱଭାବିକ ହେବା ପରେ ପଚରାଉଚରା କରାଯିବ ବୋଲି ପୁଲିସ ସୂତ୍ରରୁ କୁହାଯାଇଛି।

ad-week
Leave A Reply

Your email address will not be published.