ବାଲିଗୁଡା ସହରରେ ବାଘ ଆତଙ୍କ

add-all

ବାଲିଗୁଡା: ବାଲିଗୁଡା ସହରରେ ବାଘ ଆତଙ୍କ। ବାଲିଗୁଡା ଏକ ନମ୍ବର ୱାର୍ଡର ବଡ ଗାଁ ଅଂଚଳରେ ଗତ ଏକ ସପ୍ତାହ ଧରି ଗୋଟିଏ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବଡ ଗାଁ ପମ୍ପ ହାଉସ ନିକଟସ୍ଥ ନଦୀ କୁଳରେ ଗୋଟିଏ ବାଘ ବୁଲୁଥିବା ଜଣେ ପମ୍ପ ହାଉସ କର୍ମଚାରୀ ଦେଖିବାକୁ ପାଇଥିଲେ । ପମ୍ପ ଚଲେଇବା ନିମନ୍ତେ ଯାଉଥିବା ବେଳେ ହଟାତ କିଛି ଶବ୍ଦ ଶୁଣି ମୋବାଇଲ ଲାଇଟ ମାରିଥିଲେ । ତେବେ ନଈ କୁଳ ରେ ବାଘକୁ ଦେଖି ବନ ବିଭାଗକୁ ଜଣେଇଥିଲେ।

ବାଲିଗୁଡା dfo ଙ୍କ ନିର୍ଦେଶ କ୍ରମେ ଫୋରେଷ୍ଟର ଇନ ଚାର୍ଜ -ସତ୍ୟ ନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ୨ ଟି ଟିମ ପହଂଚି ତଦନ୍ତ କରିବା ସହପାଟ୍ରୋଲିଂ ରାତି ତମାମ ଜାରୀ ରଖିଛନ୍ତି। ତେବେ ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ ସହ ବାଘର ପାଦ ଚି଼ହ୍ନ ଠାବ କରିଛନ୍ତି ଉକ୍ତ ଟିମ। ପାଦ ଚି଼ହ୍ନ ଠାବ ପରେ ପ୍ରାଥମିକ ତଦନ୍ତ ରୁ ଏହା କୌଣସି ବାଘର ହୋଇ ନଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଠାବ ହୋଇଥିବା ପାଦ ଚି଼ହ୍ନ ରୁ ଏହା ଏକ ହେଟା ବାଘ ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହେବା ପରେ ସ୍ଥାନୀୟ ଲୋକଙ୍କୁ ସଚେତନ କରେଇଛି ବନ ବିଭାଗ।

ad-week
Leave A Reply

Your email address will not be published.