ଭାଙ୍ଗିଲା ୟୁକ୍ରେନରେ ବୃହତ୍ତମ ନଦୀବନ୍ଧ ‘ନୋଭା କାଖୋଭକା’, ପରସ୍ପରକୁ ଦାୟୀ କଲେ ରୁଷ, ୟୁକ୍ରେନ

add-all

କିବ୍ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଖେରସନଠାରେ ଥିବା ନୋଭା କାଖୋଭକା ନଦୀବନ୍ଧ ଭାଙ୍ଗିଯାଇଛି । କିନ୍ତୁ ଏହି ନଦୀବନ୍ଧ କିଏ ଭାଙ୍ଗିଲା ତାହାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ । ଏହି ଡ୍ୟାମକୁ ରୁଷ ସେନା ବୋମା ମାଡ଼ କରି ଭାଙ୍ଗିଥିବା ୟୁକ୍ରେନ ଅଭିଯୋଗ କରିଥିବାବେଳେ ରୁଷ ମଧ୍ୟ ୟୁକ୍ରେନ ଉପରେ ଅନୁରୂପ ଅଭିଯୋଗ ଲଗାଇଛି । ଏହି ନଦୀବନ୍ଧ ଭାଙ୍ଗିବା ପରେ ଆଖପାଖ ଅଂଚଳରେ ବନ୍ୟା ହୋଇଛି ଓ ଜଳବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଯାଇଛି । ଆଖପାଖ ଅଂଚ​ଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।
ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଏହାକୁ ରୁଷିଆର ଆତଙ୍କବାଦ ବୋଲି କହିଛନ୍ତି। ସେ ଗତବର୍ଷ ଚେତାବନୀ ଦେଇ କହିଥିଲେ ଯେ ନୋଭା କାକୋଭକା ଡ୍ୟାମ୍ ଉପରେ ଯଦି ଆକ୍ରମଣ ହୁଏ ତାହାକୁ ବିଶ୍ୱ ବିରୋଧରେ ଯୁଦ୍ଧ ବୋଲି ବିବେଚନା କରାଯିବ। ଅନ୍ୟପକ୍ଷରେ ଏହି ବିପର୍ଯ୍ୟୟ ପାଇଁ ୟୁକ୍ରେନ୍ ନିଜେ ଦାୟୀ ବୋଲି ରୁଷ୍ କହିଛି। ଏହାକୁ ୟୁକ୍ରେନର ଅନ୍ତର୍ଘାତୀ କାର୍ଯ୍ୟ ବୋଲି ମସ୍କୋ ବର୍ଣ୍ଣନା କରିଛି। ରୁଷର ଜଣେ ଅଧିକାରୀ କହିଛନ୍ତି ଯେ ବୋମା ମାଡ଼ରେ କେବଳ କାରଖାନାର ଉପର ଭାଗ କ୍ଷତିଗ୍ରସ୍ତ ହୋଇଛି, ଡ୍ୟାମ୍ ନୁହେଁ।
ପୂର୍ବରୁ ହିଁ ରୁଷ ବୋମାମାଡ଼ କରି ୟୁକ୍ରେନର କେତେକ ବିଦ୍ୟୁତ କେନ୍ଦ୍ରକୁ ନଷ୍ଟ କରିଦେଇଥିଲା । ଏବେ ଏହି ନଦୀବନ୍ଧ ଭାଙ୍ଗିବା ପରେ ବିଦ୍ୟୁତ ସଂକଟ ଆହୁରି ବଢିବା ଆଶଙ୍କା କରାଯାଉଛି ।

ad-week
Leave A Reply

Your email address will not be published.