କର୍ତ୍ତବ୍ୟ ପାଳନ ପାଇଁ ଭୋକଶୋଷ ଭୁଲି ରାତି ସାରା ଗଛ ଉପରେ ବସି ରହୁଛନ୍ତି ପୁଲିସ କର୍ମଚାରୀ

add-all

ନୂଆଦିଲ୍ଲୀ: ଦିନକୁ ଦିନ ଡକାୟତି, ଚୋରି ଓ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୁଲିସ ବି ଏଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିକଟରେ ପୁଲିସକୁ ନେଇ ଏକ ମଜାଳିଆ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟକୁ ଦେଖି ପୁଲିସର କର୍ତ୍ତବ୍ୟକୁ ପ୍ରଶଂସା କରାଯାଉଛି।
ସୂଚନାଯୋଗ୍ୟ, ଗତ ମଇ ୨୯ ତାରିଖରେ ଜଣେ ଇଞ୍ଜିନିୟର ତାଙ୍କ ପତ୍ନୀ ସହ କାର୍‌ରେ ଯାଉଥିବା ବେଳେ ହଠାତ ଲୁଟେରାମାନେ ତାଙ୍କ କାର୍‌ ଉପରକୁ ଟେକାମାଡ଼ କରିଥିଲେ। ଏହି କାରକୁ ଇଞ୍ଜିନିୟରଙ୍କ ଡ୍ରାଇଭର ଚଲାଉଥିଲେ। ଟେକାମାଡ ଭୟରେ ଇଞ୍ଜିନିୟରଙ୍କ ପରାମର୍ଶରେ ଚାଳକ ଗାଡ଼ି ଅଟକାଇଥିଲେ।
ଗାଡ଼ି ଅଟକିବା ଦେଖି ଲୁଟେରାମାନେ ଇଞ୍ଜିନିୟର ସମେତ ତାଙ୍କ ସ୍ତ୍ରୀ ଓ ଚାଳକଙ୍କ ଉପରେ ଆକ୍ରମଣ କରି ଟଙ୍କା, ସୁନା ଓ ଗାଡ଼ିରେ ଥିବା ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ ପୁଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ‌ହୋଇଛି। ଲୁ‌ଟେରାଙ୍କୁ ଧରିବା ପାଇଁ ପୁଲିସ ଅପରେସନ ଆରମ୍ଭ କରି ଦେଇଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯମୁନା ଏକ୍ସପ୍ରେସ୍‌ ହାଇୱେରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ପୁଲିସ୍‌ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି। ପୁଲିସ୍‌ କର୍ମୀ ପ୍ରତି ୨ କିମି ଦୂରତାରେ ଜଗି ରହିଛନ୍ତି। ସେହି ରାସ୍ତା ଦେଇ ଯାତାୟତ କରୁଥିବା ଗୋଟିଗୋଟି କରି ଗାଡ଼ି ଉପରେ ନଜର ରଖୁଛନ୍ତି।

କେବଳ ଏତିକି ନୁହେଁ ଲୁ‌ଟେରାଙ୍କୁ ଧରିବା ପାଇଁ ନିଜ କର୍ତ୍ତବ୍ୟରେ ତତ୍ପରତା ଦେଖାଇ ପୁଲିସ କର୍ମଚାରୀମାନେ ସାଧା ପୋଷାକରେ ରାତି ସାରା ଗଛ ଉପରେ ବସି ରହୁଛନ୍ତି। ଏହି ଘଟଣାର ଏକ ମଜାଳିଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖି ଲୋକେ ପୁଲିସର କାମକୁ ବେଶ ପ୍ରଶଂସା ବି କରିଛନ୍ତି।

ad-week
Leave A Reply

Your email address will not be published.