ବିଦ୍ୟୁତ୍ କାଟର ପ୍ରତିବାଦରେ ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ

add-all

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍ କାଟ ବିରୋଧରେ ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ବିକ୍ଷୋଭ କରୁଛି ଛାତ୍ର କଂଗ୍ରେସ । ଅସହ୍ୟ ଗରମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବା ବେଳେ ଅଘୋଷିତ ବିଜୁଳି କାଟ ଲୋକଙ୍କ କଷ୍ଟ ବଢ଼ାଉଛି। ମନ ଇଛା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରୁଛନ୍ତି ବିତରଣ କମ୍ପାନି। ଅଘୋଷିତ ବିଦ୍ୟୁତ କାଟକୁ ନେଇ ଲୋକ ହନ୍ତସନ୍ତ ହେଉଥିବା ବେଳେ, ଏକଥାକୁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କିନ୍ତୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଯାହାର ପ୍ରତିବାଦ କରି ଏହି ବିକ୍ଷୋଭ କରାଯାଉଛି।

ସେପଟେ, ଅଘୋଷିତ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ପୁରୀ ଜିଲ୍ଲା ପିପିଲି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଆଗରେ ଲୋକେ ପ୍ରତିବାଦ କରୁଥିବା ଜଣାଯାଇଛି। ମରାମତି ଆଳରେ ପିପିଲିରେ ବିଦ୍ୟୁତ୍ କାଟ୍ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ପ୍ରତିଦିନ ୮ରୁ ୧୦ ଘଣ୍ଟା ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଥିବା ଅଭିଯୋଗ ଆଣିଛି ପିପିଲି-ଡେଲାଙ୍ଗ ଜନ କଲ୍ୟାଣ ମଞ୍ଚ । ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବିଦ୍ୟୁତ୍ କାଟ୍ ଲୋକଙ୍କୁ କଲବଲ କରୁଛି। ଏନେଇ ପୂର୍ବରୁ ପିପିଲି ବିଧାୟକ ଓ ଶକ୍ତି ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ନମିିଳିବାରୁ ଶତାଧିକ ଉପଭୋକ୍ତା ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ad-week
Leave A Reply

Your email address will not be published.