୩୮ ଶୃଙ୍ଖଳାରେ ଭାରତରୁ ପ୍ରତିନିଧିତ୍ବ କରିବେ ୬୩୪ ଖେଳାଳି…

ନୂଆଦିଲ୍ଲୀ: ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ମୋଟ ୬୩୪ଜଣ କ୍ରୀଡ଼ାବିତ୍‌ ୩୮ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ। ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଅଲିମ୍ପିକ୍‌ସ ସଂଘ ପକ୍ଷରୁ ୮୫୦ଜଣ ଖେଳାଳିଙ୍କ ନାମ…

ଟାଟା ପାୱାର ଅଧିକାରୀ ଗିରଫ, ଡୁପ୍ଲିକେଟ୍ ବିଲ୍‌ ଦେଇ ହଡ଼ପ କରିଛନ୍ତି ୧୫ ଲକ୍ଷ ଟଙ୍କା…

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ସାରଗାଁରେ ଟାଟା ପାୱାରରେ ସେକ୍‌ସନ କମର୍ସିଆଲ ଅଫିସର ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ଜେନାଙ୍କୁ ପୁଲିସ ଗିରଫ କରିଛି। ସେ ଡୁପ୍ଲିକେଟ୍ ବିଲ୍ ଦେଇ ଗ୍ରାହକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଆଦାୟ କରି ହଡ଼ପ କରିଥିବା ଅଭିଯୋଗ…

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଏଲିଙ୍ଗୱର୍ଥ, ରୁଚିରା ଅମ୍ପାୟାର…

ମୁମ୍ବାଇ: ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଆସନ୍ତା ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଅମ୍ପାୟାର ଭାବେ ଇଂଲଣ୍ଡର ରିଚାର୍ଡ ଏଲିଙ୍ଗୱର୍ଥ ଓ ଶ୍ରୀଲଙ୍କାର ରୁଚିରା ପାଲିୟାଗୁରୁ ପରିଚାଳନା କରିବେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ…

ଚନ୍ଦ୍ରପୃଷ୍ଠରେ ଚାଲିଲା ରୋଭର ପ୍ରଜ୍ଞାନ…

ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ କାର୍ଯ୍ୟ ଆରମ୍ଭ କରି ଦେଇଛି ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠରେ ଠିକ୍ ଭାବେ କାମ କରୁଛି ରୋଭର ପ୍ରଜ୍ଞାନ । ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରୁଥିବା ବେଳର ଭିଡିଓ ଆଜି ଜାରି କରିଛି ଇସ୍ରୋ । ଏହି ଭିଡିଓକୁ ଲ୍ୟାଣ୍ଡର…

ଆଇଆଇସି ପୁଷ୍ପଲତା ରାଉତରାୟ ନିଲମ୍ବିତ…

ଭୁବନେଶ୍ୱର : ଗତ ଜୁଲାଇ ମାସରେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଆଜି ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)। ଏହି ନିଲମ୍ବନ ଆଦେଶ ଜୁଲାଇ ୨୨ ତାରିଖରୁ ପିଛିଲା ଭାବେ…

ଆସାମକୁ ମିଳିବ ୪ ନୂଆ ଜିଲ୍ଲା ଓ ୮୧ ଉପଜିଲ୍ଲା…

ଆସାମକୁ ମିଳିବ ୪ ନୂଆ ଜିଲ୍ଲା। ଦେଶର ଏହି ପୂର୍ବୋତ୍ତର ରାଜ୍ୟରେ ୪ ନୂତନ ଜିଲ୍ଲା ଗଠନ ହେବ। ଶୁକ୍ରବାର ଏ ନେଇ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା। ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳର ୧୦୦ତମ ବୈଠକରେ ଅଧ୍ୟକ୍ଷତା କରି ଗଣମାଧ୍ୟମ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖା ଖୋଲିଦେଲେ ପାଣ୍ଡିଆନ୍…

ବ୍ରହ୍ମପୁର:ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖା ଖୋଲିଛନ୍ତି ଫାଇଭ ଟି ସଚିବ ଭି. କେ.ପାଣ୍ଡିଆ। କୋଭିଡ଼ ବେଳେ ଜଣେ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି କହିଥିଲେ ବାହାରେ ରହୁଥିବା ଗଞ୍ଜାମର ଲୋକଙ୍କୁ ନ ଆଣିବା ପାଇଁ। ସେମାନେ ଆସିଲେ…

ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି, ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍‌ ବଢ଼ାଇଲେ ସୁପ୍ରିମ୍‌କୋର୍ଟ…

ଆମ୍‌ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି। ତାଙ୍କ ସ୍ୱାସ୍ଥ୍ୟ ଖରାପ ଆଧାରରେ ସୁପ୍ରିମ୍‌କୋର୍ଟ ଦେଇଥିବା ୬ ସପ୍ତାହର ଅନ୍ତରୀଣ ଜାମିନ୍‌କୁ ଏବେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କ…

ସୌରିନ ଭଟ୍ଟଙ୍କ ଜାମିନ ଆବେଦନର ଶୁଣାଣି ଶେଷ

କଟକ: ହାଇକୋର୍ଟରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଜାମିନ ଆବେଦନର ଶୁଣାଣି ଶେଷ । ରାୟ ସଂରକ୍ଷିତ। କୋର୍ଟରେ ଦାଖଲ ହେଲା କେସ ଡାଏରୀ ଓ ସିଆରପିସି ୧୬୪ ଆଧାରରେ ଵୟାନ ରେକର୍ଡ। କଣ୍ଠଶିଳ୍ପୀ ସୌରୀନଙ୍କ ନାଁରେ ବାନ୍ଧବୀଙ୍କ ସହ ଅସଦାଚରଣ ଓ ଟଙ୍କା ଠକେଇର ଅଭିଯୋଗ…

୫ଟି ଫ୍ଲିଟ୍ ସପୋର୍ଟ ଜାହାଜ ପାଇଁ ଏଚଏସଏଲ୍ ସହ ୧୯ ହଜାର କୋଟିର ଚୁକ୍ତି

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ପ୍ରୋତ୍ସାହନ। ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି (ଅଗଷ୍ଟ ୨୫, ୨୦୨୩) ଭାରତୀୟ ନୌସେନା ପାଇଁ ପାଞ୍ଚଟି ଫ୍ଲିଟ୍ ସପୋର୍ଟ ଜାହାଜ (FSS) ଅଧିଗ୍ରହଣ ପାଇଁ ବିଶାଖାପାଟନମ୍ ହିନ୍ଦୁସ୍ତାନ ସିପିୟାର୍ଡ…