ଚନ୍ଦ୍ରପୃଷ୍ଠରେ ଚାଲିଲା ରୋଭର ପ୍ରଜ୍ଞାନ…

add-all

chandr

ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ କାର୍ଯ୍ୟ ଆରମ୍ଭ କରି ଦେଇଛି ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠରେ ଠିକ୍ ଭାବେ କାମ କରୁଛି ରୋଭର ପ୍ରଜ୍ଞାନ । ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରୁଥିବା ବେଳର ଭିଡିଓ ଆଜି ଜାରି କରିଛି ଇସ୍ରୋ । ଏହି ଭିଡିଓକୁ ଲ୍ୟାଣ୍ଡର କ୍ୟାମେରାରୁ ଉତ୍ତୋଳନ କରାଯାଇଛି ।

ଏନେଇ ଇସ୍ରୋ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ ପରେ ଏଥିରୁ ରୋଭର୍ ପ୍ରଜ୍ଞାନ ବାହାରି କାମ ଆରମ୍ଭ କରିଛି । ରୋଭର୍ ପ୍ରଜ୍ଞାନ ୧୪ ଦିନ ଧରି ଇସ୍ରୋକୁ ଚନ୍ଦ୍ରପୃଷ୍ଠର ଟିକନିକ୍ ସୂଚନା ପଠାଇବ।

ଜୁଲାଇ ୧୪ରେ LVM-3 ଯୋଗେ ଚନ୍ଦ୍ରପୃଷ୍ଠକୁ ଯାଇଥିଲା ଚନ୍ଦ୍ରଯାନ-୩ । ଶତୀଶ ଧାୱନ ପରୀକ୍ଷଣ କେନ୍ଦ୍ରରୁ ଇସ୍ରୋ ଉତକ୍ଷେପଣ କରିଥିଲା । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଦକ୍ଷିଣ ମେରୁରେ ନିଜର ଚନ୍ଦ୍ରଯାନ-୩କୁ ସଫ୍ଟ ଲ୍ୟାଣ୍ତିଂ କରି ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। ଏହି ସଫଳତା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ।

ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଘୂରି ବୁଲିବ ରୋଭର୍ ପ୍ରଜ୍ଞାନ। ଏହି ସମୟରେ ରୋଭର୍ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଭିନ୍ନ ଅନୁସନ୍ଧାନ କରି ଇସ୍ରୋକୁ ସୂଚନା ପଠାଇବ। ଚନ୍ଦ୍ରପୃଷ୍ଠରେ ଜଳର ଅନୁସନ୍ଧାନ ସହ ବାୟୁମଣ୍ଡଳୀୟ ସୂଚନା ମଧ୍ୟ ଦେବ ରୋଭର୍ ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ଭବିଷ୍ୟତ ମୁନ୍ ମିଶନ୍ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।


Post Views: 6

ad-week
Leave A Reply

Your email address will not be published.