ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖା ଖୋଲିଦେଲେ ପାଣ୍ଡିଆନ୍…

add-all

5t

ବ୍ରହ୍ମପୁର:ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖା ଖୋଲିଛନ୍ତି ଫାଇଭ ଟି ସଚିବ ଭି. କେ.ପାଣ୍ଡିଆ। କୋଭିଡ଼ ବେଳେ ଜଣେ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି କହିଥିଲେ ବାହାରେ ରହୁଥିବା ଗଞ୍ଜାମର ଲୋକଙ୍କୁ ନ ଆଣିବା ପାଇଁ। ସେମାନେ ଆସିଲେ ଗଞ୍ଜାମ କୋଭିଡ଼ରେ ବୁଡ଼ଯିବ। ଜନ ପ୍ରତିନିଧିଙ୍କ ଏଭଳି ଫୋନ କଲ ପାଇଁ ମୁଖ୍ୟମନ୍ତ୍ରୀ ରାଗି ଯାଇଥିଲେ।

ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜନ ପ୍ରତିନିଧିଙ୍କୁ କହିଥିଲେ, ଯେଉଁମାନେ ବାହାରେ ଅଛନ୍ତି, ସେମାନେ କାହାର ବାପା ତ କାହାର ପୁଅ । ଏହାକୁ ନେଇ ସୋସିଆଲ ମିଡିଆରେ ଅପ୍ରପ୍ରଚାର ଚାଲିଥିଲା, ଯେ ଗଞ୍ଜାମରେ ଭୟଙ୍କର ପରିସ୍ଥିତି ହେବ। କିନ୍ତୁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କ ସହ କଥା ହେଲା, ମିଶନ ଶକ୍ତି ମାନଙ୍କ ସହ କଥା, ସମସ୍ତଙ୍କୁ ସାହାସ ଦେଲେ।

ସାରା ଦେଶରେ ସବୁଠୁ ଭଲ କୋଭିଡ ପରିଚାଳନା ଗଂଜାମରେ ହୋଇଛି ବୋଲି ସୁନାମ ରହିଛି। ଆଜି ଗଞ୍ଜାମ ଗସ୍ତ ବେଳେ ଏ ମୁଖା ଖୋଲିଛନ୍ତି ଫାଇଭ ସଚିବ। ସିଧାସଳଖ ନହେଲେ ବି ଇସାରା ରେ ଫାଇଭ ଟି ସଚିବ ପ୍ରଦୀପ ପାଣିଗ୍ରାହୀଙ୍କ ଅସଲ ଚେହେରା ପଦାରେ ପକାଇ ଦେଇଛନ୍ତି।


Post Views: 6

ad-week
Leave A Reply

Your email address will not be published.