ଟାଟା ପାୱାର ଅଧିକାରୀ ଗିରଫ, ଡୁପ୍ଲିକେଟ୍ ବିଲ୍‌ ଦେଇ ହଡ଼ପ କରିଛନ୍ତି ୧୫ ଲକ୍ଷ ଟଙ୍କା…

add-all

thaka

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ସାରଗାଁରେ ଟାଟା ପାୱାରରେ ସେକ୍‌ସନ କମର୍ସିଆଲ ଅଫିସର ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ଜେନାଙ୍କୁ ପୁଲିସ ଗିରଫ କରିଛି। ସେ ଡୁପ୍ଲିକେଟ୍ ବିଲ୍ ଦେଇ ଗ୍ରାହକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଆଦାୟ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ, ଅରୁଣ କୁମାର ଜେନା ୨୫ରୁ ଅଧିକ ଗ୍ରାହକଙ୍କୁ ବକେୟା ବିଲ୍ ବାବଦରେ ଡୁପ୍ଲିକେଟ୍ ବିଲ୍ ଦେଇ ପ୍ରାୟ ୧୫ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ଏହି ଟଙ୍କାକୁ ସେ ନିଜେ ହଡ଼ପ କରିଥିଲେ। ଏ ସଂପର୍କରେ ଜଣାପଡ଼ିବା ପରେ ଟାଟା ପାୱାରର ବାଲେଶ୍ୱର ସେକ୍‌ସନ୍‌ର ଅଧୀକ୍ଷଣ ଯନ୍ତ୍ରୀ ବାଲେଶ୍ୱର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଆଜି ଅଜୟ କୁମାର ଜେନାଙ୍କୁ ଆଇଟିଆଇ ଅଞ୍ଚଳରେ ଥିବା ତାଙ୍କ ଘରୁ ଗିରଫ କରିଛି।


Post Views: 6

ad-week
Leave A Reply

Your email address will not be published.