ଆସନ୍ତାକାଲି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି, ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୨ ଟାରୁ ସନ୍ଧ୍ୟା ୭ ଟା ଯାଏଁ ମିନିଟ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ…

ଡମପଡ଼ା ବ୍ଲକରେ ୧୬୩ ଧାରା, ରାଜନୈତିକ ହିଂସାକାଣ୍ଡକୁ ନେଇ କଟକଣା

ବାଙ୍କୀ : ବ୍ଲକ କାର୍ଯ୍ୟାଳୟରେ ୧୬୩ ଧାରା ଲାଗୁ । ରାଜନୈତିକ ହିଂସାକାଣ୍ଡକୁ ନଜରରେ ରଖି କଟକ ଜିଲ୍ଲା ଡମପଡ଼ା ବ୍ଲକ କାର୍ଯ୍ୟାଳୟରେ କଟକଣା ଲାଗୁ । ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି । ବାଙ୍କୀ ବିଧାୟକଙ୍କ ସମର୍ଥକ ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ତଗୋଳ…

ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦଙ୍କ ଘରେ ED ରେଡ୍, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ୱର : ଅଡ଼ୁଆରେ ବିଶାଖାପାଟନମର ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦ। ବହୁ ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରିଛି ED । ଚିଟଫଣ୍ଡ ଦୁର୍ନୀତି ମାମଲାରେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ସହ ନାମୀ କାର ବି ମିଳିଛି । ଏଥିରେ ରହିଛି ମର୍ସଡିଜ,ବିଏମଡବ୍ଲୁ ଓ ମୋରେସ…

ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ ସିଜ୍‌ ହେବ ଗାଡି

ଭୁବନେଶ୍ୱର : ଅମାନିଆ ଗାଡି ଚାଳକଙ୍କୁ ଆଉ ତ୍ରାହିଁ ନାହିଁ । ବିନା ଇନସ୍ୟୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ୍‌ ନଥାଇ ଗାଡି ଚଳାଇଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ । ଯେଉଁସବୁ ଗାଡ଼ିର ବୀମା ନଥିବ ଏବଂ ବାରମ୍ବାର ଜରିମାନା ଚାଲାଣ କଟୁଥିବା ସତ୍ତ୍ୱେ ବୀମା କରୁନଥିବେ ସେହିସବୁ…

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ନୟାଗଡ଼: ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମରୁ ଏକ ମର୍ମନ୍ତୁଦ ଏବଂ ଉତ୍ତେଜନାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଏବଂ ଭୁଲ୍ ଇଞ୍ଜେକସନ ପ୍ରୟୋଗ ଯୋଗୁଁ ଜଣେ ଯୁକ୍ତ ତିନି ଛାତ୍ରୀଙ୍କ…

କେନ୍ଦ୍ର ସରକାର ଆଣିଲେ ସଂଶୋଧିତ ଏମ୍‌ଏମ୍‌ଡିଆର୍‌ ବିଲ୍‌, ଖଣି ଉପରେ ମନଇଚ୍ଛା ଟିକସ ଲଗାଇ ପାରିବେନି ରାଜ୍ୟ !

ଭୁବନେଶ୍ୱର: ଖଣି ଉପରେ କେନ୍ଦ୍ରର ପୂର୍ଣ୍ଣ ନିୟନ୍ତ୍ରଣ ରହିବ କି? ଖଣି ଓ ଖଣିଜ ସମ୍ପଦକୁ ନେଇ କେନ୍ଦ୍ର ସରକାର ଆଣିଛନ୍ତି ସଂଶୋଧିତ ଏମ୍‌ଏମ୍‌ଡିଆର୍‌ ବିଲ୍‌। ସଂସଦର ମୌସୁମୀ ଅଧିବେଶନରେ, କେନ୍ଦ୍ର ସରକାର ଖଣି ଏବଂ ଖଣିଜ ସମ୍ବନ୍ଧୀୟ ନିୟମ ସଂଶୋଧନ ପାଇଁ ଏକ ବିଲ୍ ଆଗତ କରିଥିଲେ। ଯଦି ଏହା…

ଦୁର୍ନୀତି ନିରାକରଣ ଓ ସ୍ୱଚ୍ଛ ଶାସନ ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ। ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଲୋକାୟୁକ୍ତ ଗଠନ ପ୍ରକ୍ରିୟାକୁ ନେଇ ଆଲୋଚନା ହୋଇଥିବା ବେଳେ ଖୁବଶୀଘ୍ର ରାଜ୍ୟରେ ଲୋକାୟୁକ୍ତ ଗଠନ କରାଯିବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।…

ଓଡ଼ିଶା ଡିଜିପି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ମାମଲା, ଆସନ୍ତା ୧୨ରେ ଶୁଣାଣି

ନୂଆଦିଲ୍ଲୀ: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଏକ ଗୁରୁତର ଅଭିଯୋଗ ଉଠିଛି। DGP ନିଯୁକ୍ତି ନେଇ ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ ଓଡ଼ିଶା ସରକାର ଏଡ଼ାଇବାକୁ ଚେଷ୍ଟା କରୁଥିବା ଦର୍ଶାଇ ଏକ ଜନସ୍ୱାର୍ଥ…

ନୀଳାଦ୍ରି ବିହାରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ୱର: ରାଜଧାନୀରେ ପୁଣି ବୁଲିଲା ବୁଲଡୋଜର। ନୀଳାଦ୍ରି ବିହାର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି। ବିଏମସି ଏବଂ ବିଡିଏ ପକ୍ଷରୁ ମିଳିତ ଭାବେ ଏହି ବଡ଼ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି । ନୀଳାଦ୍ରି ବିହାରରେ ଥିବା ପ୍ରାୟ ୮୯୦ଟି ଘର…

ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ, କଲେଜରେ ସକ୍ରିୟ ହେବ ଆଣ୍ଟି-ରାଗିଂ ସ୍କ୍ୱାଡ୍

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ କ୍ୟାମ୍ପସ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ବାଧ୍ୟତାମୂଳକ ସୁରକ୍ଷା କମିଟି ଏବଂ ଆଣ୍ଟି-ରାଗିଂ ବ୍ୟବସ୍ଥା ଗଠନ କିମ୍ବା…